ଅନୁଗୁଳ: ଅନୁଗୁଳ ଗସ୍ତ ସମୟରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ପରୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ସହ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଦଳର ଅନ୍ୟ ନେତୃବୃନ୍ଦ ମଧ୍ୟ ଆହାର କେନ୍ଦ୍ରରେ ଭୋଜନ କରିଥିଲେ। ପରିଦର୍ଶନ ସମୟରେ ମନ୍ତ୍ରୀ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଉପରେ ବିଶେଷ ଧ୍ୟାନ ଦେବା ସହ ପରିସରକୁ ସ୍ୱଚ୍ଛ ରଖିବା ପାଇଁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।
ଅନୁଗୁଳ ଆହାର କେନ୍ଦ୍ର ପରିଦର୍ଶନ କଲେ ଗୃହ ନିର୍ମାଣ ମନ୍ତ୍ରୀ, ଖାଦ୍ୟର ମାନ ଯାଞ୍ଚ ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ





