ହାତୀ ଆକ୍ରମଣରେ ମୃତ ମହିଳାଙ୍କ ପରିବାରକୁ ସମବେଦନା, ଅନୁକମ୍ପା ସହାୟତା ପ୍ରଦାନ କଲା ଭାଜପା

You are currently viewing ହାତୀ ଆକ୍ରମଣରେ ମୃତ ମହିଳାଙ୍କ ପରିବାରକୁ ସମବେଦନା, ଅନୁକମ୍ପା ସହାୟତା ପ୍ରଦାନ କଲା ଭାଜପା

ଅନୁଗୁଳ: ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଆଠମଲ୍ଲିକ ଉପଖଣ୍ଡ ମାଧପୁର ପଞ୍ଚାୟତ ଅଧୀନ ମାଧପୁର ଗ୍ରାମର ଜ୍ୟୋସ୍ନା ବିଶ୍ୱାଳଙ୍କ ପରିବାରକୁ ଆଜି ଭାଜପା ପକ୍ଷରୁ ଭେଟି ସମବେଦନା ଜଣାଯିବା ସହ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଇଛି।
ପ୍ରତିନିଧି ଦଳ ସରକାରୀ ସ୍ତରରେ ମୃତକଙ୍କ ପରିବାରକୁ ସମସ୍ତ ସହାୟତା କିପରି ମିଳିପାରିବ ସେ ନେଇ ମଧ୍ୟ ଆଲୋଚନା କରିଛି।

ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦଙ୍କ ପ୍ରତିନିଧି ପ୍ରକାଶ ସାହୁ, ପୂର୍ବତନ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ମେହେର, ମଣ୍ଡଳ ସଭାପତି ଅନ୍ତର୍ଯ୍ୟାମୀ ମହାକୁଡ, ପଞ୍ଚାୟତ ପ୍ରମୁଖ ଲଲିତ ବେହେରା, ବିଶ୍ୱେଶ୍ୱର ପ୍ରଧାନ, ସୌମ୍ୟରଂଜନ ମହାନ୍ତି, ବିରେନ୍ଦ୍ର ସାହୁ, ରଞ୍ଜିତ ସାହୁ, ଦିଲ୍ଲୀପ ପ୍ରଧାନ ଓ ମନୋଜ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Share

Leave a Reply