ଅନୁଗୁଳରେ ପୁଲିସର ବଡ଼ ଧରଣର ଚଢ଼ାଉ: ବ୍ରାଉନ୍ ସୁଗାର ଜବତ ସହ ୪ ଗିରଫ

You are currently viewing ଅନୁଗୁଳରେ ପୁଲିସର ବଡ଼ ଧରଣର ଚଢ଼ାଉ: ବ୍ରାଉନ୍ ସୁଗାର ଜବତ ସହ ୪ ଗିରଫ

ଅନୁଗୁଳ: ଜିଲ୍ଲାରେ ନିଶା କାରବାର ବିରୋଧରେ ଅନୁଗୁଳ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଅନୁଗୁଳ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ପଞ୍ଚମହଲା ଅଞ୍ଚଳର ଆମ୍ବତୋଟା ଅଞ୍ଚଳରେ ଚଢ଼ାଉ କରି ଏକ ବ୍ରାଉନ୍ ସୁଗାର କାରବାରର ପର୍ଦ୍ଦାଫାସ କରିଛି। ଏହି ଅଭିଯାନ ସମୟରେ ଏକ ମାରୁତି ସୁଜୁକି ଅଲଟୋ କାର୍ ଜରିଆରେ ସାଧାରଣ ଲୋକଙ୍କୁ ଅବୈଧ ଭାବେ ନିଶାଦ୍ରବ୍ୟ ବିକ୍ରି କରୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଛି।

ଏହି ଚଢ଼ାଉରେ ଅଭିଯୁକ୍ତମାନଙ୍କ ନିକଟରୁ ୧୩.୮୨୦ ଗ୍ରାମ ବ୍ରାଉନ୍ ସୁଗର, ନଗଦ ୪୦,୫୬୦ ଟଙ୍କା, ୩ଟି ମୋବାଇଲ୍ ଫୋନ୍ ଏବଂ ଅପରାଧରେ ବ୍ୟବହୃତ କାର୍‌ଟିକୁ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଗତି ନଗରର ଗୁରୁଚରଣ ପ୍ରଧାନ, କଂସମୁଣ୍ଡାର ଅଜିତ ବେହେରା, ଶିକ୍ଷକପଡ଼ାର ସୁମନ ବେହେରା ଏବଂ ସମାକୋଇ ଅଞ୍ଚଳର ରାମ ସାହୁ। ଏହି ସମସ୍ତ ପ୍ରକ୍ରିୟା ମାଜିଷ୍ଟ୍ରେଟ୍ ଏବଂ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ NDPS ଆକ୍ଟର ସମସ୍ତ ନିୟମ ଅନୁଯାୟୀ ସମ୍ପନ୍ନ ହୋଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ନିଶା କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅନୁଗୁଳ ପୋଲିସର ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଜିଲ୍ଲାରେ ନିଶା ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

Share

Leave a Reply