ଚୋରା କୋଇଲା ସହ ଟ୍ରକ୍ ଜବତ, ଜଣେ ଗିରଫ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ପୁଲିସ ଚୋରା କୋଇଲା ପରିବହନ ନେଇ ଏକ ଟ୍ରକ୍ ଜବତ କରିଛି। ଟ୍ରକ୍ ମାଲିକଙ୍କୁ ରବିବାର ଗିରଫ କରାଯାଇଥିବା ବେଳେ ସୋମବାର କୋର୍ଟଚାଲାଣ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର କାଳନ୍ଦି ନାୟକ ନିଜ ଟ୍ରକ୍ ଯୋଗେ ତାଳଚେର ଅଞ୍ଚଳରୁ ବିଭିନ୍ନ ସ୍ଥାନକୁ ଚୋରା କୋଇଲା ଚାଲାଣ କରୁଥିବାର ପୁଲିସ ନିକଟରେ ପୂର୍ବରୁ ଅଭିଯୋଗ ହୋଇଥିଲା। ପୁଲିସ ଏ ସମ୍ପର୍କରେ ଏକ ମୋକଦ୍ଦମା ରୁଜୁ କରି ଖୋଳତାଡ଼ ଚଳାଇଥିବା ବେଳେ ରବିବାର ସୁକିନ୍ଦା ଅଞ୍ଚଳରେ ଚଢ଼ଉ କରି ଶ୍ରୀ ନାୟକଙ୍କୁ କାବୁ କରିଥିଲା।

online coaching

Leave A Reply

Your email address will not be published.