ବିଦ୍ୟୁତ ତାର ବିଛାଇ ମଣିଷ ମାରିବା ଅଭିଯୋଗରେ ୨ ଗିରଫ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କାଳିଆ କଟା ଗାଁର ଏକ ମକା ବାଡ଼ିରେ ବିଦ୍ୟୁତ ତାର ବିଛାଇ ମଣିଷ ମାରିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗତ ସେପ୍ଟେମ୍ବର ୩୦ ତାରିଖରେ ଜେଏସପିଏଲ ପାଚେରିକଡ଼ କାଳିଆକଟା ଗାଁ ବହାର ଏକ ନାଳରୁ ଜଣେ ବ୍ୟକ୍ତଙ୍କ ପଚା ଶବକୁ ପୁଲିସ ଉଦ୍ଧାରକରିଥିଲା। ଏହା କାଳିଆକଟା ଗାଁର ଦିଲେଶ୍ବର ପ୍ରଧାନ(୪୪)ଙ୍କର ବୋଲି ଚିହ୍ନଟ ହୋଇଥିଲା। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରାଇଥିଲା। ବ୍ୟବଛେଦ ରିପୋର୍ଟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିବାପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣା ପଡ଼ିଲା ଯେ, ଗାଁର ୨ ଭାଇ ଦ୍ରୋଣ ସାହୁ(୩୩) ଓ ଅଶୋକ ସାହୁ(୨୫) ତାଙ୍କ ମକା ବାଡ଼ିରେ ବାରହା ଶିକାର କରିବା ପାଇଁ ସେପ୍ଟେମ୍ବର ୨୭ ତାରିଖରେ ବଦ୍ୟୁତ ତାର ଘେରିଥିଲେ। ତେବେ ମକା ଚୋରିକରିବାକୁ ଯାଇଥିବା ଦିଲେଶ୍ବର ଏହି ବିଦ୍ୟୁତ ତାରରେ ଲଗି ମୃତ୍ୟୁ ହୋଇଥିଲା। ୨୮ ତାରିଖ ସକାଳେ ୨ ଭାଇ ଦିଲେଶ୍ବରଙ୍କ ଶବକୁ ନେଇ ନିକଟରେ ଥିବା ନାଳରେ ପକାଇ ଦେଇଥିଲେ। ଏହା ଜଣାପଡ଼ିବାପରେ ପୁଲିସ ରବିବାର ୨ ଭାଇଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!