ପାଉଁଶର ସ୍ଥାୟୀ ବ୍ୟବସ୍ଥା କରିବାକୁ ଅନୁଗୁଳ ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଆମ୍ବପାଳବାସୀ

You are currently viewing ପାଉଁଶର ସ୍ଥାୟୀ ବ୍ୟବସ୍ଥା କରିବାକୁ ଅନୁଗୁଳ ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଆମ୍ବପାଳବାସୀ

ଅନୁଗୁଳ: ସ୍ଥାନୀୟ ଏନଟିପିସି ଥାନା ଆମ୍ବପାଳ ଗାଁରେ ଏନଟିପିସି ଓ ଜେଆଇଟିପିଏଲର ପାଉଁଶ ବୋଝେଇ ଗାଡ଼ି ଗୁଡ଼ିକ ଦିନ ରାତି ରାସ୍ତା କଡ଼ରେ ପାଉଁଶ ଗଦାଇବା ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ହେଉଛି। ଏହାକୁ ବିରୋଧ କରି ବୁଧବାର ଗାଁ ଲୋକେ ଜିଲ୍ଲା ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ମୁତାବକ, ଏହି ପାଉଁଶ ଗଦା ଯୋଗୁ ବହୁ ଦୁର୍ଘଟଣା ବି ମଧ୍ୟ ଘଟୁଛି। ଏହି ପାଉଁଶ ଉଡ଼ି ଘର ଦ୍ୱାରରେ ପଶିବା ସହ ପାଣିରେ ବି ପଡ଼ୁଛି। ସେହି ପାଣିକୁ ବ୍ୟବହାର କରି ଲୋକେ ବିଭିନ୍ନ ରୋଗର ସମ୍ମୁଖୀନ ହେଉଛନ୍ତି। ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ନ କରିବାରୁ ଆଜି ଆମ୍ବପଲ ଗ୍ରାମବାସୀ ଅନୁଗୁଳ ଜିଲ୍ଲା ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।

Share

Leave a Reply