ମହୀଧରପୁର ହାଟ ନିକଟରେ ବଅଁରପାଳ ପୋଲିସର ବଡ଼ଧରଣର ଚଢ଼ାଉ: ୧୦୬ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ

You are currently viewing ମହୀଧରପୁର ହାଟ ନିକଟରେ ବଅଁରପାଳ ପୋଲିସର ବଡ଼ଧରଣର ଚଢ଼ାଉ: ୧୦୬ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବେଆଇନ ନିଶା କାରବାର ବିରୋଧରେ ବଅଁରପାଳ ପୋଲିସର ବଡ଼ଧରଣର ଚଢ଼ାଉ। ମହୀଧରପୁର ହାଟ ନିକଟରୁ ୧୦୬ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଅଭିଯୁକ୍ତ ସୋମେଶ ଦାସ ଓ ଆଶିଷ ନାୟକଙ୍କୁ ଗିରଫ କରିଛି ପୋଲିସ।

ବଅଁରପାଳ ଥାନା ଅଧିକାରୀ ଅୟସ କାନ୍ତ ଜେନାଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ଓ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲା। ବିଶ୍ଵସ୍ଥ ସୂଚନା ଆଧାରରେ ମହୀଧରପୁର ହାଟ ନିକଟରେ ଚଢ଼ାଉ ବେଳେ ଉଭୟ ଅଭିଯୁକ୍ତ ଧରାପଡ଼ିଥିଲେ। ସେମାନଙ୍କ ନିକଟରୁ ବ୍ରାଉନ ସୁଗାର ସହ ନିଶା କାରବାରରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି।

ଗିରଫ ଦୁଇ ଅଭିଯୁକ୍ତଙ୍କ ଘର ଯଥାକ୍ରମେ ଅନୁଗୋଳର ରାଣୀଗୁଡ଼ା ଓ ଢେଙ୍କାନାଳ ଅଞ୍ଚଳରେ ବୋଲି ପୋଲିସ ସୂଚନା ଦେଇଛି। ଅଞ୍ଚଳରେ ବେଆଇନ ନିଶା କାରବାର ରୋକିବାକୁ ଆଗକୁ ମଧ୍ୟ ଚଢ଼ାଉ ଜୋରଦାର କରାଯିବ ବୋଲି ବଅଁରପାଳ ପୋଲିସ ପକ୍ଷରୁ କୁହାଯାଇଛି।

Share

Leave a Reply