ମାର୍ଚ୍ଚ ୨୭ରେ ଓକିଲ ସଂଘ ନିର୍ବାଚନ

0

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ସଂଘ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏଥିନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନୁଗୁଳ ଓକିଲ ସଂଘର ଏକ ଜରୁରୀକାଳିନ ବୈଠକ ଗତ ୨ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଇନଜୀବୀ ପ୍ରମୋଦ କୁମାର ପ୍ରଧାନ ନିର୍ବାଚନ ଅଧିକାରୀ ଓ ପ୍ରସନ୍ନ କୁମାର ବେହେରା ସହକାରୀ ନିର୍ବାଚନ ଅଧିକାରୀ ଭାବେ ଆଗାମୀ ନିର୍ବାଚନ ପାଇଁ ନିଯୁକ୍ତ ହୋଇଛନ୍ତି । ଆଗାମୀ ନିର୍ବାଚନରେ ସଭାପତି ପଦ ସମେତ ଉପସଭାପତି, ସାଧାରଣ ସମ୍ପାଦକ, ସହସମ୍ପାଦକ, ସାଂସ୍କୃତିକ ସମ୍ପାଦକ ଓ କୋଷାଧକ୍ଷ ଭଳି ମୋଟ୍ ୬ଟି ପଦବି ପାଇଁ ଲଢ଼େଇ ହେବ। ପ୍ରାର୍ଥୀପତ୍ର ମନୋନୟନ ପତ୍ର ଚଳିତ ମାସ ୬ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲୁ ରହିବ। ସେହିପରି ୧୦ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ, ୧୧ ତାରିଖ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ, ୧୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ପ୍ରାର୍ଥୀମାନଙ୍କର ତାଲିକା ୧୫ ତାରିଖରେ ପ୍ରକାଶ ପାଇବ । ୨୭ ତାରିଖ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଅପରାହ୍ନ ୪ ଟାରୁ ଭୋଟ ଗଣନା କରାଯାଇ ନିର୍ବାଚିତ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯିବ ।

Leave A Reply

Your email address will not be published.

error: Content is protected !!