ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତଙ୍କୁ ୫ ବର୍ଷ କାରାଦଣ୍ଡ

You are currently viewing ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତଙ୍କୁ ୫ ବର୍ଷ କାରାଦଣ୍ଡ

ଅନୁଗୋଳ: ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ଲକ୍ଷ୍ମଣ ସାହୁ ଓରଫ ମିଟୁ ସାହୁଙ୍କୁ ଅନୁଗୋଳ ପୋକ୍ସୋ କୋର୍ଟ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ନିର୍ଦ୍ଦେଶ ରହିଛି।

ମାମଲାର ବିବରଣୀ ଅନୁସାରେ, ୨୦୨୫ ଫେବ୍ରୁଆରୀ ୧୧ରେ କିଶୋରନଗର ଥାନା ଅଞ୍ଚଳର ଜୟରାଟ ଗ୍ରାମରେ ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁଯାୟୀ, ଲକ୍ଷ୍ମଣ ନାବାଳିକାଙ୍କୁ ଟାଣି ନେଇ ଘର ପଛପଟେ ଥିବା ଗୁହାଳ ନିକଟରେ ଅସଦାଚରଣ କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାଙ୍କ ମା’ କିଶୋରନଗର ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା।

ଏହି ମାମଲାରେ ପୋକ୍ସୋ ଆଇନର ଧାରା ୮ ଅନୁଯାୟୀ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଏବଂ ବିଏନ୍‌ଏସ୍‌ର ଧାରା ୭୪ ଅନୁଯାୟୀ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ମାମଲାକୁ ସ୍ପେଶାଲ ପିପି ଦିଲୀପ କୁମାର ଦାସ ଓ ଆସୋସିଏଟ୍ ଆଇନଜୀବୀ ଅଶୋକ କୁମାର ସାହୁ ପରିଚାଳନା କରିଥିଲେ।

Share

Leave a Reply