ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମିନି ଷ୍ଟାଡିୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଓ ଚୟନ ଶିବିର ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରତିନିଧି ଅକ୍ଷୟପାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୧୪ ଓ ୧୭ ବର୍ଷରୁ କମ୍ ବାଳକ-ବାଳିକା ବିଭିନ୍ନ କ୍ରୀଡ଼ାରେ ପ୍ରତିଭା ପ୍ରଦର୍ଶନ କରିଥିଲେ। ବାପୁଜୀ ମହାବିଦ୍ୟାଳୟ ପରିସରରେ ଚଳିତ ବର୍ଷଠୁ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହେବା ନେଇ ମଧ୍ୟ ସୂଚନା ଦିଆଯାଇଥିଲା, ଯାହା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାୟକ ଅଗସ୍ତି ବେହେରାଙ୍କ ଉଦ୍ୟମରେ ସମ୍ଭବ ହୋଇଛି।
ଏଥିରେ ବିଇଓ ଉପେନ୍ଦ୍ର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ବେହେରା, ସରପଞ୍ଚ ସୁଦୀପ୍ତ ପ୍ରଧାନ ଓ ପ୍ରଧାନ ଶିକ୍ଷକ ଶତ୍ରୁଘ୍ନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ବ୍ଲକସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା






