ଅନୁଗୋଳ: କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କୁ ବିକଳ୍ପ ଆର୍ଥିକ ସୁଯୋଗ ବିଷୟରେ ସଚେତନ କରିବାକୁ ଆଜି ହୋଟେଲ ପ୍ରଶାନ୍ତିରେ ଏନ୍ ଏସ୍ ଇ (NSE) ତାଲିକାଭୁକ୍ତ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ରାଜ୍ୟ MSME ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ୪୦ରୁ ଅଧିକ ଉଦ୍ୟୋଗୀ ଯୋଗଦେଇଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ର GM ଶିବାଶିଷ କାନୁନଗୋ ସ୍ୱାଗତ ଭାଷଣ ଦେଇଥିବା ବେଳେ NSE ମୁଖ୍ୟ ପରିଚାଳକ ଅବିକ ଗୁପ୍ତା ପୁଞ୍ଜି ବଜାରରୁ ପାଣ୍ଠି, ତାଲିକାଭୁକ୍ତ ପ୍ରକ୍ରିୟା ଓ ଦଲିଲ ବିଷୟରେ ସୂଚନା ଦେଇଥିଲେ। ଏନ୍ ଏଲ୍ ଏଫ୍ (NLF) କନସଲଟାନ୍ସି ପରିଚାଳକ ସମ୍ବିତ ଦାସ ବ୍ୟବହାରିକ ଦିଗ ବୁଝାଇଥିଲେ।
MSME ନୀତି ୨୦୨୨ ଅଧୀନରେ ଉପଲବ୍ଧ ସୁବିଧା ବିଷୟରେ ସୂଚନା ଦିଆଯାଇ ୨୦୨୭ ଶେଷ ସୁଦ୍ଧା ଅନୁଗୋଳରୁ ଗୋଟିଏ MSME କୁ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।












