ନାଲକୋ ନଗରରେ ଅଗ୍ନି ନିର୍ବାପନ ସେବା ସପ୍ତାହ ପାଳିତ, ସପ୍ତାହେ ଯାଏଁ ଚାଲିବ କାର୍ଯ୍ୟକ୍ରମ

0

ନାଲକୋ ନଗର : ନାଲକୋ ସିଆଇଏସ୍ଏଫ ପକ୍ଷରୁ ରବିବାର ଦିନ ଅଗ୍ନି ନିର୍ବାପନ ସେବା ସପ୍ତାହ ପାଳିତ ହୋଇଛି। ଫାୟାର ବିଭାଗର ଇନ୍ସପେକ୍ଟର ଫାୟାର ଜେ. ପାର୍ଥସାରଥୀ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ନାଲକୋ ଇଡି ଅମୀୟ କୁମାରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ଜିଜିଏମ ସ୍ମେଲ୍ଟରବାଲ କୃଷ୍ଣ, ଜିଜିଏମ ସିପିପି ଅମରେନ୍ଦ୍ର ମିଶ୍ର, ଜିଏମ୍ ସେଫ୍ଟି ସଞ୍ଜୀବା କୁମାର, ଜିଏମ୍ ସେଫ୍ଟି ସଞ୍ଜୟ କୁମାର ପଟ୍ଟନାୟକ, ଡିଜିଏମ ସ୍ମେଲ୍ଟେର ଏସ. ଏନ ଜେନା, ଡିଜିଏମ୍ ଆଲୋକ ସିଂ, ପ୍ରବନ୍ଧକ ଭାସ୍କର ସାହୁ, ଡେପୁଟି କମାଣ୍ଡାଣ୍ଟ ଅଶୋକ ରଞ୍ଜନ ଦାସ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅର୍ଜୁନ କୁମାର ସିଂହ, ଇନ୍ସପେକ୍ଟର ଫାୟାର ଜେ. ପାର୍ଥସାରଥୀ, ଇନ୍ସପେକ୍ଟର କିଶୋର ଚନ୍ଦ୍ର ମୁଣ୍ଡଙ୍କ ସମେତ ବହୁ ଅଧିକାରୀ ଅଂଶ ଗ୍ରହଣ କରିଥିଲେ।

ଏ ଅବସରରେ ଅତିଥିମାନେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଆଇଏସ୍ଏଫ ଯବାନଙ୍କୁ ପ୍ରଥମେ ସହିଦ ସ୍ତମ୍ଭରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଅଗ୍ନି ଠାରୁ କିଭଳି ସୁରକ୍ଷା ରହିବା ସେ ନେଇ ଏକ ବହି ଓ ଲିଫଲେଟ ଉନ୍ମୋଚନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ୭ ଦିନ ପର୍ଯ୍ୟନ୍ତ ଚାଲିବ। ସପ୍ତାହକ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ହେବା ସହ ସପ୍ତାହ ବ୍ୟାପୀ ଆଖ ପାଖ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ଗ୍ରାମାଞ୍ଚଳ ଓ ପ୍ଲାଣ୍ଟରେ ଅଗ୍ନି ଠାରୁ କିପରି ନିଜକୁ ସୁରକ୍ଷିତ ରଖିବା ସେ ନେଇ ଟ୍ରେନିଂ କାର୍ଯ୍ୟକ୍ରମ ରହିଛି। ଶେଷରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅର୍ଜୁନ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

error: Content is protected !!