ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ବବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ, ଜିଲ୍ଲା ଏଡସ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ (DAPSU) ଏବଂ ଅନ୍ୟମାନଙ୍କ ସହଯୋଗରେ ବିଶ୍ବ ଏଡସ ଦିବସ ପାଳିତ ହୋଇଛି। ଏ ଅବସରରେ ଜେଏସପି ଫାଉଣ୍ଡେସନର କ୍ଷେତ୍ର କାର୍ଯ୍ୟକର୍ତ୍ତାମାନେ ଲୋକଙ୍କୁ ମହାମାରୀର ପରିଣାମ ବିଷୟରେ ଅବଗତ କରାଇବା ସହ ଲୋକଙ୍କୁ ଏହି ମହାମାରୀରୁ କିପରି ନିଜକୁ ରକ୍ଷା କରାଯାଇପାରିବ ସେ ସମ୍ବନ୍ଧରେ ବୁଝାଇଥିଲେ।
କାର୍ଯ୍ୟକ୍ରମରେ ଜେଏସପି ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ସହ ଅନ୍ୟ ସ୍ବେଚ୍ଛାସେବୀ ୨୦ ହଜାରରୁ ଊର୍ଦ୍ଧ୍ୱ ଲାଲ୍ ରିବନ୍ ଟ୍ୟାଗ୍ ଟ୍ରକ୍ ଡ୍ରାଇଭର, ପ୍ରବାସୀ ଶ୍ରମିକ ଏବଂ ସମ୍ପ୍ରଦାୟର ସଦସ୍ୟଙ୍କୁ ଲଗାଇବା ସହ ଏଚ୍.ଆଇ.ଭି. ସଂକ୍ରମିତଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ଜେଏସପି ଫାଉଣ୍ଡେସନ୍ ପକ୍ଷରୁ ବହୁ ସଂଖ୍ୟକ ପୋଷ୍ଟର, ବ୍ୟାନର, ଷ୍ଟିକର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା।
ଟ୍ରକ୍ ଡ୍ରାଇଭରଙ୍କୁ ବ୍ୟକ୍ତିଗତ ପରାମର୍ଶ ସହାୟତା ଯୋଗାଇବା ପାଇଁ ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଙ୍ଗ ସେଣ୍ଟର (ଆଇସିଟିସି) ସାହାଯ୍ୟରେ ଏକ ଶିବିରର ଆୟୋଜନ କରାଯାଇଥିଲା।
ରାସ୍ତାରେ ସଚେତନତା କାର୍ଯ୍ୟକ୍ରମ ଭାବରେ ସ୍ଥାନୀୟ ଲୋକ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏ ଅବସରରେ ଏକ ସାଧାରଣ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ଏଚଆଇଭି / ଏଡସର ମୁକାବିଲା ପାଇଁ ଏକ ନୈତିକ ଭାଗିଦାରୀ ଭାବରେ ଜେଏସପି ଅନୁଗୁଳ ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ସୋସାଇଟି ସହିତ ନିଯୁକ୍ତିଦାତା ଆଧାରିତ ମଡେଲରେ ସ୍ବାକ୍ଷର କରିଛି ଏବଂ ଆଜି ପର୍ଯ୍ୟନ୍ତ ୪,୭୬,୯୮୬ ଜଣଙ୍କୁ ଏଚଆଇଭି ପରାମର୍ଶ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇ ୪,୪୯,୭୧୩ ଜଣଙ୍କ ଏଚ୍ଆଇଭି ପରୀକ୍ଷା କରାଯାଇଛି।