ତୁରୁଡ଼ାରେ ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଧରିଲେ ଅନ୍ୟ ଦଳର ଏକାଧିକ କର୍ମୀ

0

ବଇଣ୍ଡା: ରବିବାର ପବିତ୍ର ମହାବିଷୁବ (ପଣା) ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷ ଅବସରରେ ଆଠମଲ୍ଲିକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉରୁକୁଳା ପଞ୍ଚାୟତର ସେରେଣ୍ଡା ଏବଂ ପରସୁମାଳ ଗ୍ରାମର ଏକାଧିକ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।
ଏ ଅବସରରେ ବିନୋଦ କୁମାର ବେହେରା, ରତ୍ନାକର ନାୟକ, ବସନ୍ତ ପ୍ରଧାନ, ନାରାୟଣ ନାୟକ, ପୀତବାସ ନାୟକ, ଅରକ୍ଷିତ ନାୟକ, ପ୍ରଫୁଲ୍ଲ ପ୍ରଧାନ, ଗତିକୃଷ୍ଣ ପ୍ରଧାନ, ଭ୍ରମରବର ସାହୁ, ଅନନ୍ତ ସେନାପତି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।

ତୁରୁଡ଼ା ସ୍ଥିତ ବିଧାୟକ ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନଙ୍କ ବାସ ଭବନରେ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେଡି ନେତା ସନ୍ତୋଷ ପ୍ରଧାନ, ଅଙ୍ଗପଡା ସରପଞ୍ଚ ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!