ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ: ଘରେ ପଶି ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ

0

ବଇଣ୍ଡା: ସ୍ଥାନୀୟ ଠାକୁରଗଡ଼ ଥାନା କୁର୍ତିବାସପୁର ଗ୍ରାମରେ ଟାଙ୍ଗିଆ ଚୋଟରେ ଜଣେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଗାଁର ବାଉରୀ ବେହେରାଙ୍କୁ ସେହି ଗ୍ରାମର ଗୟା ବେହେରା ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏ ନେଇ ସେ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ୍ ନମ୍ବର ୮୯/୨୪ ରେ ଏକ ମାମଲା ରୁଜୁ କରିଛି।

ଏ ନେଇ ପୋଲିସ କହିଛି, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଉରୀଙ୍କ ଘରେ ପଶି ଗୟା ଏକ ଟାଙ୍କିଆରେ ଆକ୍ରମଣ କରିଥିଲେ। ଏ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

error: Content is protected !!