CADLAB

ବାଲେଶ୍ବର ଓକିଲ ମାଡ଼ ଘଟଣାକୁ ଅନୁଗୁଳ ଓକିଲ ସଂଘର ନିନ୍ଦା

0

ଅନୁଗୁଳ : ବାଲେଶ୍ବର ଜିଲ୍ଲାର ସୋର ଥାନା ଭିତରେ ଓକିଲଙ୍କୁ ମାଡ଼ ଘଟଣାରେ ଅନୁଗୁଳ ଓକିଲ ସଂଘ ତରଫରୁ ଦୃଢ଼ ନିନ୍ଦା କରାଯାଇଛି। ଏ ନେଇ ଗୁରୁବାର ଅପରାହ୍ନରେ ସଂଘର ସଭାପତି ଦିଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠତ ହୋଇଥିଲା। ସଭାରେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଓ ନିନ୍ଦା ପ୍ରସ୍ତାବ ଦେବାପାଇଁ ସ୍ଥିର କରାଗଲା। ଏହି ବୈଠକରେ ଉପସଭାପତି ନିରୋଦ କୁମାର ମିଶ୍ର, ସମ୍ପାଦକ ସୋମନାଥ ରାଉତ, ସାଂସ୍କୃତିକ ସମ୍ପାଦକ ପ୍ରଦିପ୍ତ କିଶୋର ସାହୁ ଓ କୋଷାଧ୍ୟକ୍ଷ ନିଳକଣ୍ଠ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.