CADLAB

ଜିଲ୍ଲା ଖଣିଜ ପାଣ୍ଠି ଦୁର୍ନୀତିର ସିଏଜି ଅଡିଟ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜିଲ୍ଲା କଣିଜ ପାଣ୍ଠି(ଡିଏମ୍ଏଫ୍) ଓ ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତିକୁ ନେଇ ବୁଧବାର ଜିଲ୍ଲା ବିଜେପି ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ୭ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ସାତ ଦିନ ମଧ୍ୟରେ ଏ ସମସ୍ତ ବିଷୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବାଧ୍ୟ ହୋଇ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ତରଫରୁ ଚେତାବନୀ ଦିଆଯାଇଛି। ଦାବୀ ଗୁଡିକ ମଧ୍ୟରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ରେ ବ୍ୟାପକ ଦୁର୍ନୀତି, ମନଇଚ୍ଛା ପ୍ରକଳ୍ପ କରିବା, ଲୋକଙ୍କ ଆବଶ୍ୟକ ନଥାଇ ଶାସକ ଦଳର ଠିକାଦାର ପୋଷିବା, ଟେଣ୍ଡର ନକରି ଡିପାର୍ଟମେଣ୍ଟାଲ ଆଧାରରେ ଶାସକ ଦଳର କର୍ମୀଙ୍କ ଦ୍ଵାରା କାର୍ଯ୍ୟ କରାଇବା, ଜିଲ୍ଲା ପରିଷଦ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଗ୍ରାମସଭା ଓ ପଲ୍ଲୀସଭା ଦ୍ଵାରା ନିଆ ଯାଇଥିବା ପ୍ରକଳ୍ପକୁ ଅଣଦେଖା କରିବାକୁ ବିଜେପି ନିନ୍ଦା କରିଛି। ତେଣୁ ଏହାର ସିଏଜି ଦ୍ଵାରା ଅଡିଟ କରିବାସହ ମନେରେଗାରେ ଜିଲ୍ଲାରେ ମେସିନ ମାଧ୍ୟମରେ କାର୍ଯ୍ୟ କରାଯାଇ କୋଟି କୋଟି ଟଙ୍କାର ଦୁର୍ନୀତିର ତଦନ୍ତ, ଜିଲ୍ଲାରେ ଏସଏଫସି ଓ ସିଏଫସି ପାଣ୍ଠିରେ ଜିଲ୍ଲା ପରିଷଦ ମାନଙ୍କ ଦ୍ଵାରା ଦିଆ ଯାଇଥିବା ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବା, ମାସ ମାସ ଧରି ପଡିଥିବା ଅର୍ଥକୁ ଶୀଘ୍ର ପଇଠ କରିବା, ମୋ ସ୍କୁଲ ଅଭିଯାନରେ ଜିଲ୍ଲାର ୧୦୦ ଟି ସ୍କୁଲକୁ ୩୦ ରୁ ୬୦ଲକ୍ଷ ଟଙ୍କା ଆସିଥିବା ବେଳେ ସ୍କୁଲ ପରିଚାଳନା କମିଟି ତଦାରଖରେ ନିୟମାନୁସାରେ ଟେଣ୍ଡର କରି ସଠିକ ଭାବେ କାର୍ଯ୍ୟ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଠିକ ହିତାଧିକାରୀ ଚୟନ, ସର୍ବସାଧାରଣରେ ତାଲିକା ପ୍ରକାଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ ରୂପାୟନ କରିବା, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ କରିବାକୁ ଦାବି କରାଯାଇଛି। ବିଜେପିର ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ବୃନ୍ଦାବନ ବେହେରା, ନମିତା ସାହୁ, ତ୍ରିପୁରାରୀ ପ୍ରଧାନ, ସୁବର୍ଣା ସାହୁ ଓ ସମସ୍ତ ୧୩ଜଣ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିଥିଲେ।

Leave A Reply

Your email address will not be published.