ତାଳଚେର: ସ୍ଥାନୀୟ ବଡ଼ଦାଣ୍ଡ ସାହିର ବାଉରିବନ୍ଧୁ ବେହେରା (୯୧)ଙ୍କର ଆଜି ପରଲୋକ ଘଟିଛି। ସେ ଜଣେ ରାଜ୍ୟସ୍ତରୀୟ ବ୍ରିଜ ଖେଳାଳି ଭାବେ ପରିଚିତ। ସେ କିଶୋର କ୍ଲବର ବରିଷ୍ଠ ସଦସ୍ୟ ଓ ସ୍ଲୋ ସାଇକେଲ ଚଳାଇବାରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ତାଳଚେର ବ୍ଲକର ଗାଡ଼ି ଚାଳକ ଭାବେ ଚାକିରି କରିଥିବା ବାଉରିବନ୍ଧୁ ୧୯୯୦ ମସିହାରେ ଅବସର ନେଇଥିଲେ।
ତାଙ୍କ ମୃତ୍ୟୁ ଖବର ପାଇ ଢେଙ୍କାନାଳ ସାଂସଦ ମହେଶ ସାହୁ ବାଉରିବନ୍ଧୁଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ଏଥିସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ତାଙ୍କୁ ଶେଷ ଦର୍ଶନ କରିଛନ୍ତି। ତାଙ୍କ ମର ଶରୀରକୁ ତାଳଚେରର ମଣ୍ଡପାଳ ସ୍ଥିତ ଶାନ୍ତିଧାମକୁ ନିଆଯାଇ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର, ପୁତ୍ରବଧୂ, ନାତି, ନାତୁଣୀ, ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ।











