ବିଜେପିର ବିଜୟ ଉତ୍ସବ: ଉଲ୍ଲସିତ ଅନୁଗୁଳ, କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

You are currently viewing ବିଜେପିର ବିଜୟ ଉତ୍ସବ: ଉଲ୍ଲସିତ ଅନୁଗୁଳ, କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ଅନୁଗୁଳ: ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀ ସମେତ ବିଭିନ୍ନ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ, ଅନୁଗୁଳ ସହରର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ରାଜାଛକ ଠାରେ ବିଜେପି ପକ୍ଷରୁ ଏକ ବିରାଟ ବିଜୟ ଉତ୍ସବ ପାଳନ କରାଯାଇଛି।

ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତୃବୃନ୍ଦ ଓ ଶତାଧିକ କର୍ମୀ ସାମିଲ ହୋଇ ବିଜୟର ଆନନ୍ଦ ଉଲ୍ଲାସ ମନାଇଥିଲେ। ଏଥିରେ ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ନେତା ଦିଲ୍ଲୀପ ପ୍ରଧାନ ଓ ଜିଲ୍ଲା ଉପସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏଥିସହ ନେତ୍ରୀ ନମିତା ଦଳବେହେରା, ରୋଜାଲିନ୍ ଦାଶ, ସୁଜାତା ଦାସ ଏବଂ କାଉନସିଲର ନିରଞ୍ଜନ କର ଓ ସ୍ନେହଲତା ମହାରଣା ମଧ୍ୟ ଯୋଗ ଦେଇଥିଲେ। ନଗର ମଣ୍ଡଳ ସଭାପତି ପବନ ମାଣ୍ଡୋଠିଆ, ନେତା ଦିଲ୍ଲୀପ ଦାସଙ୍କ ସମେତ ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ବହୁ କର୍ମକର୍ତ୍ତା ଏହି ବିଜୟ ଉତ୍ସବକୁ ସଫଳ କରିଥିଲେ। ଦଳର ଏହି ସଫଳତା ଆଗାମୀ ଦିନରେ ସଂଗଠନକୁ ଅଧିକ ସୁଦୃଢ଼ କରିବ ବୋଲି ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି।

Share

Leave a Reply