ହୋଟେଲରୁ ଚୋରି ଘଟଣାରେ ୩ ଗିରଫ, ଚୋରା ବାଇକ୍ ଜବତ

You are currently viewing ହୋଟେଲରୁ ଚୋରି ଘଟଣାରେ ୩ ଗିରଫ, ଚୋରା ବାଇକ୍ ଜବତ

ଅନୁଗୁଳ: ସ୍ଥାନୀୟ ଆସିଆନ୍ ହିଲ୍ ଭ୍ୟୁ ହୋଟେଲରେ ଘଟିଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ଅନୁଗୁଳ ସଦର ଥାନା ପୋଲିସ। ଏହି ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ମାର୍ଚ୍ଚ ୨୪/୨୫ ତାରିଖ ବିଳମ୍ବିତ ରାତିରେ ପଞ୍ଚମହଲା ସ୍ଥିତ ଏହି ହୋଟେଲ କ୍ୟାଣ୍ଟିନ୍‌ରୁ ଚାଉଳ,ଗ୍ୟାସ ସିଲିଣ୍ଡର ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା। ଏନେଇ କେସ୍ ନଂ-୨୩୭/୨୦୨୬, ଧାରା-୩୦୫(ଏ) BNS ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

ତଦନ୍ତ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ପ୍ରଥମେ ପୁରୁଣାଗଡ଼ ଅଞ୍ଚଳର ଜ୍ଞାନବିକାଶ ନାୟକଙ୍କୁ ଗିରଫ କରିଥିଲା। ତାଙ୍କ ସ୍ୱୀକାରୋକ୍ତି ଆଧାରରେ ସହଯୋଗୀ ପ୍ରକାଶ ନାୟକ ଏବଂ ଚୋରା ସାମଗ୍ରୀ କିଣିଥିବା କବାଡ଼ି ବ୍ୟବସାୟୀ ସୁଜନ ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ଚୋରି ସାମଗ୍ରୀ ଓ ଘଟଣାରେ ବ୍ୟବହୃତ ଏକ ମୋଟରସାଇକେଲ ଜବତ ହୋଇଛି। ପଚରାଉଚରା ବେଳେ ଏହି ବାଇକ୍‌ଟି ଗୋଲାବନ୍ଧ ଅଞ୍ଚଳରୁ ଚୋରି ହୋଇଥିବା ଜଣାପଡ଼ିଛି। ସୋମବାର ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତକୁ ପ୍ରେରଣ କରାଯାଇଥିବା ବେଳେ, ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

Share

Leave a Reply