ରେଞ୍ଜରଙ୍କୁ ହତ୍ୟା ଧମକ, ଜଣେ ଗିରଫ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀଙ୍କୁ ଗାଳି ଓ ହତ୍ୟା ଧମକଦେବା ଅଭିଯୋଗରେ କଣିହାଁ ଥାନା ପୁଲିସ ଶନିବାର ବ୍ରାହ୍ମଣଦେଇ ଗାଁର ବିମ୍ବାଧର ଷଣ୍ଢ(୪୦)ଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ରେଞ୍ଜର ନୀଳମଣି ଦେହୁରୀ ଗତ ୩୧ ତାରିଖ ରାତି ସାଢ଼େ ୯ଟାବେଳେ ହାତୀମାନଙ୍କ ଗତିବିଧି ଜାଣିବା ଓ ବିଦ୍ୟୁତ ହୁକିଂ ତଦାରଖ ପାଇଁ ଗାଡ଼ିରେ କଣିହାଁ ଥାନା ନାଲମ ଅଞ୍ଚଳକୁ ଯାଇଥିଲେ । ସେ ଫେରିବା ସମୟରେ ବ୍ରାହ୍ମଣଦେଇ ଗାଁର ଗିରୀଶ ବେହେରା, ମଧୁ ବେହେରା, ଜଗବନ୍ଧୁ ବେହେରା, ବିମ୍ବାଧର ଷଣ୍ଢଙ୍କ ସମେତ ଗାଁର ୭ ଜଣବ୍ୟକ୍ତି ତାଙ୍କ ଗାଡ଼ି ଅଟକାଇ ଅସଭ୍ୟ ଭାଷାରେ ଗାଳିଦେବା ସହ ହତ୍ୟା ଧମକ ଦେଇଥିଲେ ବୋଲି ରେଞ୍ଜର ଶ୍ରୀ ଦେହୁରୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଏହି ଘଟଣାରେ ପୁଲିସ ବିମ୍ବାଧର ଷଣ୍ଢଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!