ଅନୁଗୁଳ: ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ ହୋଇଛି। ଚଳିତ ବର୍ଷର ବିଷୟ ବସ୍ତୁ ରହିଛି ‘ହିମ ପ୍ରବାହ ସଂରକ୍ଷଣ’।
ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡ. କଳ୍ପନା ବୋଇତି ଯୋଗଦେଇ ଅନୁଗୁଳ ଜିଲ୍ଲା ଏକ ଶିଳ୍ପ କ୍ଷେତ୍ର ହୋଇଥିବାରୁ ଏଠାରେ ପ୍ରଦୂଷଣର ମାତ୍ରା ଅଧିକ ବୋଲି କହିଥିଲେ। ଏଠାରେ ଭୂତଳ ଜଳ ସ୍ତର ସଂପୂର୍ଣ୍ଣ ଲୋପ ପାଇବାକୁ ବସିଲାଣି। ତେଣୁ ଲୋକେ ନିଜ ଛାତ ଉପରୁ ପାଇପ୍ ଜରିଆରେ ବର୍ଷା ଜଳ ଅମଳ ପ୍ରକଳ୍ପକୁ ଆପଣେଇବା ନିହାତି ଜରୁରୀ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆଇଡ୍ରିମ୍ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଦୀପ୍ତି ରଂଜନ ବିଶ୍ୱାଳ, ସଂଜୀବ ପଟ୍ଟନାୟକ, ସଂଘର ସାଧାରଣ ସଂପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ଧୀରମୋହନ ରାୟ, ସମାଜସେବୀ କ୍ଷୀରୋଦ ସାହୁ ଏବଂ ବାପି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ସଂଘର ଉପସଭାପତି ମଦନମୋହନ ସାହୁ, ବାପୁଜୀ ସାମଲ, ଶିକ୍ଷାବିତ୍ ସୌଭାଗିନୀ ଦେବୀ, ସାମ୍ବାଦିକ ରବିନ୍ଦ୍ର ସେଠ, ଦେବାଶିଷ ପରିଡା, ପ୍ରିୟ ମାଧବ ଦାସ, ପ୍ରଦୀପ ମହାରଣା, ଡେଭେଲପ୍ ଇଣ୍ଡିଆର ଅଧ୍ୟକ୍ଷା ସୌରଭିନୀ ନାୟକ, ନାରାୟଣ ଲାଲ୍ ପ୍ରମୁଖ ସହଯୋଗ କରିଥିଲେ।