ମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

You are currently viewing ମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଭେଜିଗୋଠ ଗ୍ରାମରେ ଗୁରୁବାର ଏକ ମିନି ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହଣ୍ଡପା ଥାନା ଭେଜିଗୋଠ ଗ୍ରାମର ସୌମ୍ୟରଞ୍ଜନ ସିଂ। ଏହାକୁ ନେଇ ଭେଜିଗୋଠ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ହଣ୍ଡପା ଥାନା ସାମ୍ନା ୫୫ ନମ୍ବର ଜାତୀୟ ରାଜପଥରେ ଶବ ରଖି ଅବରୋଧ କରିଛନ୍ତି।

ସୂଚନା ମୁତାବକ, ଏକ ମିନି ଟ୍ରକ ଭେଜିଗୋଠ ଗ୍ରାମରେ ବିପିଏଲ ଚାଉଳ ଦେଇ ଅପରାହ୍ନରେ ବଇଣ୍ଡା ଅଭିମୁଖେ ଆସୁଥିଲା। ଏହି ସମୟରେ ପେଡ଼ିପଥରରୁ ଭେଜିଗୋଠ ଅଭିମୁଖେ ସୌମ୍ୟରଞ୍ଜନ ବାଇକରେ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା।ଘଟଣାସ୍ଥଳରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ପରେ ଅଞ୍ଚଳବାସୀ ହଣ୍ଡପା ଥାନା ସାମ୍ନା ଜାତୀୟ ରାଜପଥରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ପୋଲିସ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି।

Share

Leave a Reply