ପୂଜା ଦେଖିବାକୁ ଯିବା ହେଲା କାଳ, ସଡ଼କ ଦୁର୍ଘଟଣାରେ ଜଣେ ମୃତ

You are currently viewing ପୂଜା ଦେଖିବାକୁ ଯିବା ହେଲା କାଳ, ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଅନୁଗୋଳ: ବିଶ୍ୱକର୍ମା ପୂଜା ଦେଖିବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ କେନ୍ଦୁଝର ଅଞ୍ଚଳର ସୁମିତ୍ରା ମହାନ୍ତ। ସେ ସାମଲ କେୟାରରେ କାର୍ଯ୍ୟରତ ଥିଲେ। ସବ୍ୟ ସାମଲ ଓ ଇରା ଦୁଆରି ମଧ୍ୟ ତାଙ୍କ ସହ ଥିଲେ।

ସୂଚନା ଅନୁସାରେ, ତିନିଜଣ ଆଉଟ୍‌ପାସ୍‌ ନେଇ ମୋଟରସାଇକେଲରେ ନାଲକୋ ଅଭିମୁଖେ ଯାଉଥିଲେ। ମହୁରୀ ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥରେ ତାଳଚେର ପଟୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସୁମିତ୍ରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସବ୍ୟ ଓ ଇରା ରାସ୍ତାକଡ଼କୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ପୁଲିସ ଟ୍ରକ୍‌ ଓ ବାଇକ୍‌ ଜବତ କରି ତଦନ୍ତ ଜାରି ରଖିଛି।

Share

Leave a Reply