କାର୍‌ରୁ ୧୦.୩୬୦ କିଲୋ ଗଞ୍ଜେଇ ଜବତ, ୪ ଜଣଙ୍କୁ ଧରିଲା ପୁଲିସ

You are currently viewing କାର୍‌ରୁ ୧୦.୩୬୦ କିଲୋ ଗଞ୍ଜେଇ ଜବତ, ୪ ଜଣଙ୍କୁ ଧରିଲା ପୁଲିସ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଏକ କାର୍‌ରୁ ୧୦ କିଲୋ ୩୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ୬୪ ହଜାର ୮୬୦ ଟଙ୍କା ନଗଦ ଓ ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର୍‌କୁ ମଧ୍ୟ ପୁଲିସ ଜବତ କରିଛି।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଛେଣ୍ଡିପଦା-ଜରପଡ଼ା ରାସ୍ତାରେ ପୁଲିସ ପେଟ୍ରୋଲିଂ କରୁଥିଲା। ଏହି ସମୟରେ ସନ୍ଦେହରେ ଧଳା ରଙ୍ଗର କାର୍‌ (OD 02 BP 2313)କୁ ଅଟକାଇ ଯାଞ୍ଚ କରାଯାଇଥିଲା। ତଲାସୀ ବେଳେ ଏକ ଜରି ବସ୍ତାରୁ ଗଞ୍ଜେଇ ମିଳିଥିଲା।

ଏହି ଘଟଣାରେ ଅଶାନ୍ତ କୁମାର ସାହୁ, ନିରଞ୍ଜନ ବାଘ, ନରୋତ୍ତମ ଗଡ଼ତିଆ ଓ ଶୁକଦେବ ସାହୁଙ୍କୁ ପୁଲିସ ଅଟକ ରଖିଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଓ କେଉଁଠାକୁ ଯାଉଥିଲା, ସେନେଇ ତଦନ୍ତ ଚାଲିଛି। ଛେଣ୍ଡିପଦା ଥାନାରେ NDPS ଆଇନ ଅଧୀନରେ କେସ୍‌ ନଂ ୪୯୧/୨୬ ରୁଜୁ ହୋଇଛି।

Share

Leave a Reply