କାଜୁ ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

You are currently viewing କାଜୁ ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କରଡ଼ାବାହାଳି ଗ୍ରାମର ଏକ କାଜୁ ବଗିଚାରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତକ ଟାକୁଆ ଗ୍ରାମର କାଳିଆ ବେହେରା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, କାଳିଆ ଏକ ଗ୍ୟାସ୍‌ ପ୍ଲାଣ୍ଟରେ ରୋଷେଇଆ ଭାବେ କାମ କରୁଥିଲେ। ତେବେ କାଜୁ ବଗିଚାରୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକେ ଏହା ହତ୍ୟା ଘଟଣା ବୋଲି ଅଭିଯୋଗ କରିଛନ୍ତି। ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାର ବିଭିନ୍ନ ଦିଗ ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Share

Leave a Reply