ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ

You are currently viewing ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ

ଅନୁଗୋଳ: ସ୍ୱଚ୍ଛତା ହିଁ ସେବା ଅଭିଯାନ କ୍ରମରେ ଅନୁଗୋଳ ପୌରପାଳିକା ପକ୍ଷରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏ ଅବସରରେ ଟାଉନ୍ ହାଇସ୍କୁଲର ୮୦ ଜଣ ଛାତ୍ରଛାତ୍ରୀଙ୍କୁ ନିକଟରେ ଥିବା ପୌରପାଳିକାର ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ନିଆ ଯାଇ ସହରର ଆବର୍ଜନା କିଭଳି ଘରକୁ ଘର ବୁଲି ସଂଗ୍ରହ କରାଯାଉଛି ଏବଂ ସେଗୁଡ଼ିକୁ କିଭଳି ଉପଯୁକ୍ତ ପରିଚାଳନା ମାଧ୍ୟମରେ ଖତ ସାରରେ ପରିଣତ କରାଯାଉଛି ଏବଂ ପ୍ଲାଷ୍ଟିକ ଆବର୍ଜନା ଗୁଡିକୁ ସ୍ୱତନ୍ତ୍ର ବ୍ୟବହାର ନିମନ୍ତେ ସିମେଣ୍ଟ କାରଖାନାକୁ ପଠା ଯାଉଛି ତାହା ବୁଝାଇ ଦିଆ ଯାଇଥିଲା।

ପିଲା ମାନେ ପୌର କର୍ମଚାରୀ ଙ୍କ ପରାମର୍ଶ ଗୁଡିକୁ ମନ ଦେଇ ଶୁଣିବା ସହ ପଲିଥିନ୍ ବ୍ୟାଗର ଅପକାରିତା ବିଷୟରେ ଅବଗତ ହୋଇଥିଲେ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୌରପାଳିକାର ସ୍ୟାନିଟେଶନ ବିଶେଷଜ୍ଞ ଦୀପକ କୁମାର ସାହୁ, ଦେବବ୍ରତ ରଥ ଏବଂ ସ୍ୱଚ୍ଛ ସାଥୀ ଯୋଗ ଦେଇଥିଲେ ।

Share

Leave a Reply