ଅନୁଗୁଳ: ସାମାନ୍ୟ ବଚସାକୁ ନେଇ ଅନୁଗୁଳ ସଦର ଥାନା ଇଲାକା ଅଙ୍ଗାରବନ୍ଧ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ
ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ପୁଲିସ୍ ପରସ୍ପର ବିରୋଧୀ ଉଭୟ ପକ୍ଷର ମାମଲାକୁ ଆଧାର କରି ମୋଟ୍ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଙ୍ଗାରବନ୍ଧ ଗ୍ରାମର ଅନାଦି ନାଏକ, ଗଦା ନାଏକ, ନିର୍ମଳ ନାଏକ, ସୁରେଶ
ଦାଶ, ବିନୋଦ ଦାଶ, ବାବାଜି ସାହୁ ଓ ବାବୁଲା ସାହୁ । ପୁଲିସ୍ ସୂଚନା ମୁତାବକ, ପୂର୍ବ ବିବାଦକୁ କେନ୍ଦ୍ର କରି ଅନାଦି ନାଏକ ଗୁରୁବାର ସନ୍ଧ୍ୟାରେ ବିନୋଦ ଦାଶଙ୍କ ଦୋକାନ ସାମ୍ନାରେ ଗାଳିଗୁଲଜ କରିଥିଲେ । ପରେ ଏହି ବିବାଦ ଉଗ୍ର ରୂପ ନେଇଥିଲା । ଅନାଦି ନାଏକଙ୍କ ସାହି ଲୋକ ଓ ବିନୋଦଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ୍ ପରସ୍ପର ବିରୋଧୀ ଦୁଇଟି ପୃଥକ ମାମଲା
ରୁଜୁ କରି ଉଭୟ ପକ୍ଷର ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଅଙ୍ଗରବନ୍ଧରେ ଗୋଷ୍ଠୀ ବିବାଦ, ୮ ଗିରଫ
