ଅନୁଗୋଳ ସରକାରୀ ମହାବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ସଂକଳ୍ପ ସମାରୋହ

You are currently viewing ଅନୁଗୋଳ ସରକାରୀ ମହାବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ସଂକଳ୍ପ ସମାରୋହ

ଅନୁଗୋଳ: ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ବିକଶିତ ଭାରତ ନିମନ୍ତେ ନିଶାମୁକ୍ତ ଭାରତ ଓ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ‘ମୋ ଯୁବ ଭାରତ’ ଏବଂ ଜାତୀୟ ସେବା ଯୋଜନା (ଏନଏସଏସ)ର ମିଳିତ ଆନୁକୂଲ୍ୟରେ ଦସ୍ତଖତ ଅଭିଯାନ ସହ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ଗଠନରେ ନିଶାମୁକ୍ତ ଯୁବପିଢ଼ିର ଭୂମିକା ଉପରେ ଆଲୋକପାତ କରିଥିଲେ। ସ୍କୁଲ-କଲେଜ ସ୍ତରରେ ଯୁବପିଢ଼ିଙ୍କୁ ସଚେତନ କରିବା ନେଇ ସେ ମତ ରଖିଥିଲେ। ଏହି ଅବସରରେ ଏନଏସଏସ ଓ ଏନସିସି ସ୍ୱେଚ୍ଛାସେବୀମାନେ ନିଶା ନିବାରଣ ସଚେତନତା ନାଟକ ପରିବେଷଣ କରିବା ସହ ‘ସଂକଳ୍ପ ଚକ୍ର’ର ସାଙ୍କେତିକ ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ, ଆନ୍ତର୍ଜାତିକ ସ୍ୱର୍ଣ୍ଣ ପଦକ ବିଜେତା ଶ୍ରୀବବଲୁ ମୁଣ୍ଡା, ଜିଲ୍ଲା ଯୁବ ଅଧିକାରୀ ପୂଜା ଯାଦବ, ସମାଜସେବୀ ସୁବ୍ରତ ପ୍ରଧାନ, ଭୀଷ୍ମ ସାହୁ, ହେମଦ୍ୟୁତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ କାର୍ଯ୍ୟାଳୟ ଅଧିକାରୀ ପବିତ୍ର କୁମାର ବେହେରା ଓ ଗ୍ରନ୍ଥଗାରିକ ବିଶ୍ୱଜିତ ନାୟକଙ୍କ ପରିଚାଳନାରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏନଏସଏସ ଅଧିକାରୀ ଡ. ଗୌରୀ ଶଙ୍କର ଯୁଗ ପ୍ରକାଶ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ‘ମୋ ଯୁବ ଭାରତ’ର କାର୍ଯ୍ୟକ୍ରମ ଅଧିକାରୀ ତପନ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply