ଛେଳି ଚରାଇବା ବେଳେ ବଜ୍ରାଘାତ, ଜଣେ ମୃତ

You are currently viewing ଛେଳି ଚରାଇବା ବେଳେ ବଜ୍ରାଘାତ, ଜଣେ ମୃତ

ଅନୁଗୋଳ: ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ କରଡ଼ାପାଳ ବିଷ୍ଣୁପୁର ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଗ୍ରାମର ନୁନ୍ଦୁ ମହାକୁଳ।

ସୂଚନା ଅନୁସାରେ, ନୁନ୍ଦୁ ଗାଁ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ସେ ଗୁରୁତର ହୋଇପଡ଼ିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ନୁନ୍ଦୁଙ୍କୁ ମୃତ ଘୋଷଣା କରିଥିଲେ। ପାଳଲହଡ଼ା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

Share

Leave a Reply