ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ସୁନୀଲଙ୍କୁ ମୋଟରଚାଳିତ ହ୍ୱିଲ୍‌ଚେୟାର ପ୍ରଦାନ

You are currently viewing ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ସୁନୀଲଙ୍କୁ ମୋଟରଚାଳିତ ହ୍ୱିଲ୍‌ଚେୟାର ପ୍ରଦାନ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ୍‌ ଦୁର୍ଗାପୁର ଗ୍ରାମର ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ସୁନୀଲ କୁମାର ସାହୁଙ୍କୁ ମୋଟରଚାଳିତ ହ୍ୱିଲ୍‌ଚେୟାର ପ୍ରଦାନ କରାଯାଇଛି। ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ (GMDC)ର ସିଏସ୍‌ଆର୍‌ ସଂସ୍ଥା ଗ୍ରାମ୍ୟ ବିକାଶ ଟ୍ରଷ୍ଟ (GVT) ପକ୍ଷରୁ ଏହି ସହାୟତା ଯୋଗାଇ ଦିଆଯାଇଛି।

ଛେଣ୍ଡିପଦା ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଅଗସ୍ତି ବେହେରା ସୁନୀଲଙ୍କୁ ହ୍ୱିଲ୍‌ଚେୟାର ପ୍ରଦାନ କରିଥିଲେ। ଏହି ସମୟରେ ବିଡିଓ ଅରବିନ୍ଦ ବେହେରା, GMDC ବୈତରଣୀ ୱେଷ୍ଟ କୋଲ୍‌ ପ୍ରକଳ୍ପ ମୁଖ୍ୟ ନଗେନ୍ଦ୍ର ମୁପକଲୱାରଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ।

ସୁନୀଲ ଓଡ଼ିଶା ପକ୍ଷରୁ ଜାତୀୟସ୍ତରୀୟ ହ୍ୱିଲ୍‌ଚେୟାର କ୍ରିକେଟ୍‌ ଓ ଦିବ୍ୟାଙ୍ଗ ଆଥ୍‌ଲେଟିକ୍ସ ପ୍ରତିଯୋଗିତାରେ ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିଛନ୍ତି। ଏହି ସହାୟତା ତାଙ୍କ କ୍ରୀଡ଼ା ଯାତ୍ରାକୁ ଆହୁରି ଉତ୍ସାହିତ କରିବ ବୋଲି ଆଶା କରାଯାଇଛି।

Share

Leave a Reply