ଅନୁଗୋଳ: ଗଣେଶ ପୂଜା ଉପଲକ୍ଷେ ଅନୁଗୋଳ ପୌରପାଳିକା ୬ ନଂ ୱାର୍ଡରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜାଦ୍ ମଜଦୂର ସଂଘ ଓ ଇନ୍ଦିରା କ୍ଲବ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ୍ ବ୍ୟାଙ୍କ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ୱାର୍ଡ କାଉନସିଲର ତଥା ଇନ୍ଦିରା କ୍ଲବ୍ ସଭାପତି ସୁଶୀଲ ମୁଖୀ, ସମ୍ପାଦକ କରନ ମୁଖୀ ଏବଂ ଆଜାଦ୍ ମଜଦୂର ସଂଘ ସଭାପତି ଶଙ୍କର ବେହେରା, ସମ୍ପାଦକ ବିନୋଦ ବେହେରାଙ୍କ ନେତୃତ୍ୱରେ ଶିବିର ହୋଇଥିଲା।
ଏହି ଅବସରରେ ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଅରୁଣାଭ ସିଂହ, କାଉନସିଲର ରଞ୍ଜିତ୍ ମଣ୍ଡୋଠିଆ, ସଦାନନ୍ଦ ପଣ୍ଡା, ବଳରାମ ଜେନା, ନଗର ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁ ଓ ଅନ୍ୟ ବହୁ ଅତିଥି ଯୋଗ ଦେଇଥିଲେ।












