ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ କୁଳୁମାସ୍ଥିତ ଜଗମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଇନ୍ଦିରା ପ୍ରଧାନ ସ୍ମୃତି ପାଠାଗାର’ ଉଦ୍ଘାଟିତ ହୋଇଛି। କଲେଜର ପ୍ରତିଷ୍ଠାତା ଜଗମୋହନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠାଗାରର ଶୁଭ ଉଦ୍ଘାଟନ କରିଥିଲେ।
ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଓ ଜ୍ଞାନବୃଦ୍ଧିକୁ ଗୁରୁତ୍ୱ ଦେଇ ପାଠାଗାରରେ ନୂତନ ଶିକ୍ଷାନୀତି ଅନୁଯାୟୀ ପ୍ରସ୍ତୁତ ପ୍ରାୟ ୩ ହଜାର ପାଠ୍ୟ ଓ ସହାୟକ ପୁସ୍ତକ ରଖାଯାଇଛି। ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ଜ୍ଞାନର ପରିସର ବୃଦ୍ଧିରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଗମ୍ବର ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।












