ଡିଏଚ୍‌ଏଚ୍‌ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପି

You are currently viewing ଡିଏଚ୍‌ଏଚ୍‌ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପି

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଦକ୍ଷେପ ନେଇଛି ଅନୁଗୋଳ ପୋଲିସ। ଶୁକ୍ରବାର ଏସ୍‌ପି ରାହୁଲ ଜୈନ ଟାଉନ୍ ଥାନା ଅଧିକାରୀ ପ୍ରକାଶ ମାଝୀଙ୍କ ସହ ଡିଏଚ୍‌ଏଚ୍ (DHH) ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ହସ୍ପିଟାଲ ପରିସର, ପ୍ରବେଶ ଦ୍ୱାର, ପାର୍କିଂ ଏବଂ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି, ଗାର୍ଡ ବ୍ୟବସ୍ଥା ଯାଞ୍ଚ କରିଥିଲେ। ରୋଗୀ ଓ ସମ୍ପର୍କୀୟଙ୍କ ସହ କଥା ହୋଇ ସୁରକ୍ଷା ଜନିତ ସମସ୍ୟା ବୁଝିଥିଲେ। ରାତି ସମୟରେ ପେଟ୍ରୋଲିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏହି ସମୟରେ ପିଏମ୍‌ପି ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକ ଏବଂ ଡିଏଚ୍‌ଏଚ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share

Leave a Reply