ନୂଆ ରୂପରେ ବଜାଜ୍‌ ପଲସର୍‌, ମିଳିବ ଅନେକ ଅତ୍ୟାଧୁନିକ ସୁବିଧା

You are currently viewing ନୂଆ ରୂପରେ ବଜାଜ୍‌ ପଲସର୍‌, ମିଳିବ ଅନେକ ଅତ୍ୟାଧୁନିକ ସୁବିଧା

ଅନୁଗୋଳ: ବଜାଜ୍‌ ଅଟୋ ପକ୍ଷରୁ ୨୦୨୬ ମସିହାର ନୂଆ ପଲସର୍‌ ବାଇକ୍‌ ଭାରତୀୟ ବଜାରକୁ ଆସିଛି। ଏଥର କେବଳ ବାଇକ୍‌ର ଲୁକ୍‌ ବଦଳାଯାଇନାହିଁ, ବରଂ ଇଞ୍ଜିନ୍‌, ଚ୍ୟାସିସ୍‌ ଓ ସସ୍ପେନ୍ସନ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂଆ ପଲସର୍‌ରେ ଅନେକ ସ୍ମାର୍ଟ ସୁବିଧା ମଧ୍ୟ ଯୋଡ଼ାଯାଇଛି। ନୂଆ ମଡେଲ୍‌ ମଧ୍ୟରେ ପଲସର୍‌ ୧୨୫, ପଲସର୍‌ ୧୫୦ ଓ ପଲସର୍‌ N160 ରହିଛି।

ପଲସର୍‌ ୧୨୫ ଓ ୧୫୦ରେ ନୂଆ ସୁବିଧା: ଏହି ଦୁଇ ବାଇକ୍‌ରେ ୫ ଇଞ୍ଚର ନୂଆ ସ୍କ୍ରିନ୍‌ ଦିଆଯାଇଛି। ମୋବାଇଲ୍‌ ସହ ବାଇକ୍‌କୁ ଯୋଡ଼ି ନେଭିଗେସନ୍‌ ବ୍ୟବହାର କରିହେବ। ଏହା ସହ ଫୋନ୍‌ କଲ୍‌ ଓ SMS ଆସିଲେ ସୂଚନା ମିଳିବ। ମୋବାଇଲ୍‌ରେ ଗୀତ ମଧ୍ୟ ନିୟନ୍ତ୍ରଣ କରିହେବ। ବାଇକ୍‌ରେ USB Type-C ଚାର୍ଜିଂ ପୋର୍ଟ, LED ଲାଇଟ୍‌, ହାଜାର୍ଡ ଲାଇଟ୍‌ ଏବଂ ନୂଆ ସାଇଲେଣ୍ଟ ଷ୍ଟାର୍ଟର୍‌ ରହିଛି। ଏହାର ଆଉ ଏକ ଉପଯୋଗୀ ସୁବିଧା ହେଉଛି ଇଞ୍ଜିନ୍‌ ଆପେ ବନ୍ଦ ଓ ଚାଲୁ ହେବା ବ୍ୟବସ୍ଥା। ଟ୍ରାଫିକ୍‌ରେ ବାଇକ୍‌ ଅଟକିଲେ ଇଞ୍ଜିନ୍‌ ବନ୍ଦ ହୋଇଯିବ ଏବଂ ଚଳାଇବା ସମୟରେ ପୁଣି ଆପେ ଚାଲୁ ହେବ। ଏହାଦ୍ୱାରା ତେଲ ସଞ୍ଚୟରେ ସହାୟତା ମିଳିପାରେ।
ଓଡ଼ିଶାରେ ନୂଆ ପଲସର୍‌ ୧୨୫ର ଏକ୍ସ-ଶୋ’ରୁମ୍‌ ଦାମ ୯୪,୬୯୦ ଟଙ୍କାରୁ ଆରମ୍ଭ ହେଉଛି। ପଲସର୍‌ ୧୫୦ର ଦାମ ୧,୧୫,୫୯୦ ଟଙ୍କାରୁ ଆରମ୍ଭ। ବାଇକ୍‌ଗୁଡ଼ିକ ବ୍ଲାକ୍‌-ବ୍ଲୁ, ବ୍ଲାକ୍‌-ରେଡ୍‌, ବ୍ଲୁ, ରେଡ୍‌, ହ୍ୱାଇଟ୍‌ ଓ ସିଲଭର୍‌ ରଙ୍ଗରେ ମିଳିବ।

N160ରେ ଅଧିକ ଶକ୍ତିଶାଳୀ ଇଞ୍ଜିନ୍‌: ନୂଆ ପଲସର୍‌ N160ରେ ୧୬୫cc ଇଞ୍ଜିନ୍‌ ଦିଆଯାଇଛି। ଏହା ୧୮ BHP ଶକ୍ତି ଦେବ। ବାଇକ୍‌ରେ ୫ଟି ଗିୟର୍‌ ରହିଛି। କମ୍ପାନୀ ଅନୁସାରେ, ଏହା ୦ରୁ ୬୦ କିମି ବେଗକୁ ପ୍ରାୟ ୪.୫ ସେକେଣ୍ଡରେ ପହଞ୍ଚିପାରିବ।
N160ରେ Road, Rain, Sport ଓ Off-Road ଭଳି ୪ଟି ଚାଳନା ମୋଡ୍‌ ରହିଛି। କମ୍‌ ବେଗରେ ବାଇକ୍‌ ଚଳାଇବା ସମୟରେ ବାରମ୍ବାର ଗିୟର୍‌ ବଦଳାଇବାର ଆବଶ୍ୟକତା କମାଇବା ପାଇଁ Crawl Tech ସୁବିଧା ମଧ୍ୟ ଦିଆଯାଇଛି। N160ର ଭିନ୍ନ ମଡେଲ୍‌ରେ Bluetooth, ନେଭିଗେସନ୍‌, Google Maps, ଟ୍ରାକ୍ସନ୍‌ କଣ୍ଟ୍ରୋଲ୍‌ ଏବଂ ABS ଭଳି ସୁବିଧା ରହିଛି।

ଅନୁଗୋଳ ଯମୁନା ଅଟୋର ପାର୍ଟନର୍‌ ଗିରିଜା ଶଙ୍କର ଅଗ୍ରୱାଲ୍‌ କହିଛନ୍ତି, ପଲସର୍‌ର ଚାହିଦା ଦୀର୍ଘଦିନ ଧରି ରହିଛି। ନୂଆ ପଲସର୍‌ରେ ନୂଆ ଡିଜାଇନ୍‌ ସହ ଅନେକ ସ୍ମାର୍ଟ ସୁବିଧା ଯୋଡ଼ାଯାଇଥିବାରୁ ଏହା ରାଇଡର୍‌ମାନଙ୍କ ପାଇଁ ନୂଆ ଅନୁଭୂତି ଆଣିବ ବୋଲି ସେ କହିଛନ୍ତି।

Share

Leave a Reply