ଏମ୍‌ସିଏଲ୍‌ ଠିକା କମ୍ପାନୀରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି, ୭ ଦିନରେ ନିଷ୍ପତ୍ତି ନହେଲେ ଆନ୍ଦୋଳନ ଚେତାବନୀ

You are currently viewing ଏମ୍‌ସିଏଲ୍‌ ଠିକା କମ୍ପାନୀରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି, ୭ ଦିନରେ ନିଷ୍ପତ୍ତି ନହେଲେ ଆନ୍ଦୋଳନ ଚେତାବନୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ ଅଧୀନ ୧୨ଟି ପଞ୍ଚାୟତର କ୍ଷତିଗ୍ରସ୍ତ ପରିବାରର ଯୋଗ୍ୟ ବେକାର ଯୁବକଙ୍କୁ ଏମ୍‌ସିଏଲ୍‌ ଅଧୀନସ୍ଥ ଠିକା କମ୍ପାନୀଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦେବା ଦାବି ଜୋରଦାର ହୋଇଛି। ଏନେଇ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚିଠି ଦିଆଯାଇଛି।
ଦୀର୍ଘଦିନ ଧରି ସ୍ଥାନୀୟ ଯୁବକମାନେ ନିଯୁକ୍ତି ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ଆଶାନୁରୂପ ସୁଯୋଗ ମିଳୁନଥିବା ଦରଖାସ୍ତରେ ଅଭିଯୋଗ କରାଯାଇଛି। ବାହାର ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ମିଳୁଥିବାବେଳେ ସ୍ଥାନୀୟ ଯୋଗ୍ୟ ଯୁବକ ବେକାର ରହୁଥିବା ଅଭିଯୋଗ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଶାନ୍ତିଲତା ବେହେରା ଓ କଣିହାଁ ବ୍ଲକ୍‌ ୯ ନମ୍ବର ଜୋନ୍‌ କଂଗ୍ରେସ ସଭାପତି ସତ୍ୟବ୍ରତ ମହାନ୍ତି। ବିଶେଷକରି A & A Logistic Company ଓ VAPL ବିରୋଧରେ ମନମୁଖୀ କାର୍ଯ୍ୟର ଅଭିଯୋଗ ଆଣି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ସହ ଦାବିଗୁଡ଼ିକର ସମାଧାନ ଦାବି କରାଯାଇଛି।

ଆସନ୍ତା ୭ ଦିନ ମଧ୍ୟରେ ଦାବି ଉପରେ ପଦକ୍ଷେପ ନ ନିଆଗଲେ ସମ୍ପୃକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Share

Leave a Reply