ମୋଦୀଙ୍କ ଜନ୍ମଦିନରେ ଅନୁଗୋଳରେ ଦୀପ ପ୍ରଜ୍ୱଳନ

You are currently viewing ମୋଦୀଙ୍କ ଜନ୍ମଦିନରେ ଅନୁଗୋଳରେ ଦୀପ ପ୍ରଜ୍ୱଳନ

ଅନୁଗୋଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦୀପ ପ୍ରଜ୍ୱଳନ ସମୂହ ପକ୍ଷରୁ ଅନୁଗୋଳରେ ଭବ୍ୟ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ଦୀପ ପ୍ରଜ୍ୱଳନ ମାଧ୍ୟମରେ ଦେଶର ଏକତା, ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ଦିଆଯାଇଥିଲା। ବିଧାୟକ ଶ୍ରୀ ପ୍ରଧାନ କହିଥିଲେ, ମୋଦୀଙ୍କ ଜନ୍ମଦିନ କେବଳ ଉତ୍ସବ ନୁହେଁ, ଦେଶସେବା ପ୍ରତି ଦାୟିତ୍ୱବୋଧକୁ ସୁଦୃଢ଼ କରିବାର ପ୍ରେରଣା’। ଏହି କାର୍ଯ୍ୟକ୍ରମରେ ପ୍ରତିମା ମିଶ୍ର, ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଦିଲ୍ଲେଶ୍ୱର ପ୍ରଧାନ, ପୌରପାଳିକାର ସମସ୍ତ କାଉନସିଲର, ବରିଷ୍ଠ ଆଇନଜୀବୀ ଦିଲୀପ ଦାସ, ଅର୍ଜୁନ ମୁଦୁଲି, ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ, ନଗର ମଣ୍ଡଳ ସଭାପତି ପବନ ମାଣ୍ଡୋଠିଆ, ଅନିନ୍ଦିତ ପ୍ରଧାନ, ସମୀର ପରିଡ଼ାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

Share

Leave a Reply