କୋଇଲା ପରିବହନ ବିରୋଧ ମାମଲା: ୧୬୦ ଦିନ ପରେ ଜେଲ୍‌ରୁ ମୁକୁଳିଲେ ୫ ଜଣ

You are currently viewing କୋଇଲା ପରିବହନ ବିରୋଧ ମାମଲା: ୧୬୦ ଦିନ ପରେ ଜେଲ୍‌ରୁ ମୁକୁଳିଲେ ୫ ଜଣ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ କୋଶଳା ଗାଁ ଦେଇ କୋଇଲା ପରିବହନକୁ ବିରୋଧ କରି ହୋଇଥିବା ଆନ୍ଦୋଳନ ମାମଲାରେ ଗିରଫ ହୋଇଥିବା ୫ ଜଣ ଆଜି ପ୍ରାୟ ୧୬୦ ଦିନ ପରେ ଜେଲ୍‌ରୁ ମୁକୁଳିଛନ୍ତି। ସିଦ୍ଧାର୍ଥ ଶଙ୍କର ସାହୁ, ଚିତ୍ତରଞ୍ଜନ ସାହୁ, ସୁନିଲ ବେହେରା, କମାର ପ୍ରଧାନ ଓ ଗଗନ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଜେଲ୍‌ରୁ ବାହାରିବା ପରେ ଗ୍ରାମବାସୀ ସେମାନଙ୍କୁ ଫୁଲହାର ଦେଇ ସ୍ୱାଗତ କରିଥିଲେ। ଅନ୍ୟପକ୍ଷରେ, ୫ ଜଣଙ୍କୁ ସ୍ୱାଗତ କରିବାକୁ ଜେଲ୍‌ ସମ୍ମୁଖରେ ବିଜେପି, ବିଜେଡି ଓ କଂଗ୍ରେସର ନେତାମାନେ ମଧ୍ୟ ପହଞ୍ଚିଥିଲେ। ସେମାନଙ୍କୁ ଆଇନଗତ ପ୍ରକ୍ରିୟାରେ ମୁକୁଳାଇବା ପାଇଁ ନିଜ ନିଜ ଦଳ ଉଦ୍ୟମ କରିଥିବା ନେତାମାନେ ଦାବି କରିଛନ୍ତି।

Share

Leave a Reply