ଅନୁଗୁଳ: ନାଲକୋ ପ୍ରୋଗ୍ରେସିଭ ଏମ୍ପ୍ଲୋୟିଜ ୟୁନିୟନ(ନେପୁ)ର ବନ୍ଧୁମିଳନ ଓ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ତଥା ନେପୁ ସଭାପତି ବ୍ରଜକିଶୋର ପ୍ରଧାନ, ପୂର୍ବତନ ସାଂସଦ ଢ଼େଙ୍କାନାଳ ମହେଶ ସାହୁ, ପୂର୍ବତନ ବିଧାୟକ ଅନୁଗୁଳ ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା, ସମାଜସେବୀ ବିପ୍ଳବ ଜେନା, ଅନୁଗୁଳ ବାର ଆସୋସିଏସନ୍ ପୂର୍ବତନ ସଭାପତି ଦିଲ୍ଲୀପ କୁମାର ସାହୁ, ନେପୁର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ଓ ନାଲକୋର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ନେପୁର ଆୟୋଜକ କର୍ମକର୍ତ୍ତା ମାନଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ।
ନାଲକୋ ପ୍ରୋଗ୍ରେସିଭ ଏମ୍ପ୍ଲୟିଜ ୟୁନିୟନର ବନ୍ଧୁମିଳନ, ଯୋଗଦେଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ
- Post published:January 21, 2026
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul


