ଆଗାମୀ ମାସେ ଯାଏଁ କମିବନି ପିଆଜ ଦର!

You are currently viewing ଆଗାମୀ ମାସେ ଯାଏଁ କମିବନି ପିଆଜ ଦର!

ଅନୁଗୁଳ: ଅନୁଗୁଳରେ ଦୁଇ ସପ୍ତାହ ଭିତରେ ପିଆଜ ଦର କିଲୋ ପିଛା ୪୦ ଟଙ୍କା ବଢ଼ିଗଲାଣି। ଆଗକୁ ମାସକ ପର୍ଯ୍ୟନ୍ତ ଦର କମିବାର ଆଶା କ୍ଷୀଣ। ବର୍ଷା ଓ ବନ୍ୟା ଯୋଗୁଁ ସାରା ରାଜ୍ୟରେ ପିଆଜର ଅଭାବ ପରିଲକ୍ଷିତ ହେଲାଣି। ନାସିକରୁ ଯାହା ଆମଦାନୀ ହେଉଛି ତାହା ଏବେ ବଜାର ଚାହିଦା ମେଣ୍ଟାଇ ପାରୁନି। ସାରା ଜିଲ୍ଲାକୁ ଦିନକୁ ଅତି କମରେ ତିନି ଟ୍ରକ୍‌ ପିଆଜର ଆବଶ୍ୟକତା ଥିଲା ବେଳେ ଅଧା ବି ଯୋଗାଣ ହୋଇପାରୁନି। ଏଭଳି ସ୍ଥିତିରେ ନୂଆ ଅମଳ ପିଆଜ ଆସିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାରେ ପିଆଜ ସ˚କଟ ଜାରି ରହିବ ବୋଲି ହୋଲ୍‌ସେଲ୍‌ ବ୍ୟବସାୟୀ ମତ ପ୍ରକାଶ କରିଛନ୍ତି। ପିଆଜ ଖୁଚୁରା ବଜାର ଦର କେଜି ପ୍ରତି ୮୦ ଟଙ୍କା ଟପିଲାଣି। କଳାବଜାରି ରୋକିବାକୁ ଯୋଗାଣ ବିଭାଗ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Share

Leave a Reply