ଅନୁଗୁଳ: ପବିତ୍ର ମାର୍ଗଶିର ଗୁରୁବାର। ଆରମ୍ଭ ହୋଇଛି ଓଡ଼ିଆ ଘରର ମାଣବସା ଓଷା; ଘରେ ଘରେ ଝୋଟି, ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଧନଧାନ୍ୟ ବୃଦ୍ଧି ନିମନ୍ତେ ଘରେ ମା ମହାଲକ୍ଷ୍ମୀଙ୍କୁ ଗୃହିଣୀ ପୂଜା କରିଥାନ୍ତି। ମାର୍ଗଶିର ମାସରେ ଓଡ଼ିଆ ସଧବା ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ। ଧନଧାନ୍ୟ, ବାତ୍ସଲ୍ୟ ଓ ଦୟା କ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ ।ଧାନମାଣ ସ୍ଥାପନ କରି ପୂଜା କରା ଯାଉଥିବାରୁ ଏହି ଓଷା ମାଣବସା ନାମରେ ଜଣାଯାଏ ।
1
f600b249-5c54-442c-a949-d6bc81000fab