ବଇଣ୍ଡାରେ ଚନନ୍ଦ ଯାତ୍ରା ଅନୁଷ୍ଠିତ

You are currently viewing ବଇଣ୍ଡାରେ ଚନନ୍ଦ ଯାତ୍ରା ଅନୁଷ୍ଠିତ

ବଇଣ୍ଡା: ଅନୁଗୁଳ ଜିଲ୍ଲା ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ରବିବାର ଦିନ ଅନୁଷ୍ଠିତ ହୋଇଛି। ୪୮ ବର୍ଷରେ ଏହି ଯାତ୍ରା ପହଞ୍ଚିଥ‌ିବା ବେଳେ ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଛି । ସନ୍ଧ୍ୟା ୬ଟାରେ ରାଧାକୃଷ୍ଣ ମନ୍ଦିରରୁ ପ୍ରଭୁଙ୍କୁ ବିମାନରେ ବସାଇ ନଗର ପରିକ୍ରମା କରାଯାଇ ଚନ୍ଦନ ପୋଖରୀକୁ ଅଣାଯାଇଥିଲା। ସେଠାରେ ମନ୍ଦିର ପୂଜକ ମଦନ ମୋହନ ମିଶ୍ର ପୂଜା କରିବା ଶହ ପ୍ରଭୁଙ୍କୁ ସାନ୍ତ କରିଥିଲେ । ପରେ ପ୍ରଭୁଙ୍କୁ ଯାତ୍ରା ପଡ଼ିଆକୁ ନିଆଯାଇଥିଲା। ସେଠାରେ ପୂଜା ମଣ୍ଡପରେ ପ୍ରଭୁ ରାଧାକୃଷ୍ଣଙ୍କୁ ପୂଜକ ଜଗତ ମୋହନ ମିଶ୍ର ପୂଜା କରିବା ସହ ହୋମଯଜ୍ଞ କରିଥିଲେ । ପରେ ପ୍ରତିମାକୁ ଚନ୍ଦନ ନଗର ପୂର୍ବତନ ସରପଞ୍ଚ ତ୍ରିଲୋଚନ ସାହୁଙ୍କ ଘରକୁ ନିଆଯାଇଥିଲା। ସେଠାରେ ପରମ୍ପରା ଅନୁଯାୟୀ ପୂଜା କରାଯିବା ପରେ ବିରାଟ ଶୋଭାଯାତ୍ରାରେ ନଗର
ପରିକ୍ରମା କରାଯାଇଥିଲା ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜନସମାଗମ ହୋଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ଲୋକଙ୍କୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆଠମଲ୍ଲିକ ଏସଡିପିଓ ସୁଶାନ୍ତ କୁମାର ତାଉଡିଆ, ହଣ୍ଡପା ଥାନା ଆଇଆଇସି ନମିତା ନାୟକ,ବଇଣ୍ଡା ଫାଣ୍ଡି ଅଧିକାରୀ ସ୍ବରୂପ ରଞ୍ଜନ ପତ୍ରୀଙ୍କ ନେତୃତ୍ବରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଲୋକଙ୍କ ମନୋରଞ୍ଜନ ପାଇଁ ମେଲୋଡି ଆୟୋଜନ କରାଯାଇଥିଲା। ଗ୍ରାମ ସଭାପତି ରାଜକୁମାର ଅଗ୍ରୱାଲା,ଯାତ୍ରା କମିଟି ସଭାପତି ଜିତେନ୍ଦ୍ର ବେହେରା, ବିକ୍ରମ ସାହୁ, ଅରବିନ୍ଦ ସାହୁ,ଘନଶ୍ୟାମ ସାହୁ, ବିନୀତ ସାହା, ଜଳଧର ସାହୁ, ଜମ୍ବେଶ୍ବର ସାହୁ, ମାନସ ସାହୁ, ସଞ୍ଜୟ ସାହୁ, ପରୀକ୍ଷିତ ସାହୁ, ଉଗ୍ରସେନ ସେଠୀ, ଗିରୀଶ ବେହେରା, ଲମ୍ବୋଦର ପାତ୍ରଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

Share

Leave a Reply