ନାକ ଟିମ୍ ସହ ଅନୁଗୁଳ କଲେଜ୍ କର୍ତ୍ତୃପକ୍ଷଙ୍କ ଆଭାସୀ ଆଲୋଚନା

You are currently viewing ନାକ ଟିମ୍ ସହ ଅନୁଗୁଳ କଲେଜ୍ କର୍ତ୍ତୃପକ୍ଷଙ୍କ ଆଭାସୀ ଆଲୋଚନା

ଅନୁଗୁଳ: ଚଳିତ ମାସ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି କେନ୍ଦ୍ରୀୟ ନାକ ଟିମ୍ ସହ ଅନୁଗୁଳ କଲେଜ୍ କର୍ତ୍ତୃପକ୍ଷଙ୍କ ସହ ଆଭାସୀ ମୋଡରେ ଆଲୋଚନା ହୋଇଥିଲା। ଟିମର ତିନି ଜଣିଆ ସଦସ୍ୟ ମାନେ କଲେଜ୍ ଷ୍ଟାଫ୍,ଛାତ୍ର ଛାତ୍ରୀ ଏବଂ ପୁରାତନ ଛାତ୍ର ମାନଙ୍କୁ ଅଲଗା ଅଲଗା ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କଲେଜ୍‌ରେ ରହିଥିବା ବିଭିନ୍ନ ସମସ୍ୟା ସହ ସୁବିଧା ସୁଯୋଗ ଓ ଉନ୍ନତିମୂଳକ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିଲେ। କଲେଜ୍‌ର ୪୦ ଏକର ଜମି କଲେଜ୍ ନାମରେ ଦରଜ ହେବା, ଆଲୁମ୍ନି ପାଣ୍ଠି ଓ ମ୍ୟାଚିଂ ଗ୍ରାଣ୍ଟ ମିଶି ପ୍ରାୟ ୧୮ ଲକ୍ଷ ଟଙ୍କା ଠୁଳ କରାଯିବା ସହ କଲେଜ୍‌ର ସାଂପ୍ରତିକ ସ୍ଥିତି ଛାତ୍ରଛାତ୍ରୀ ସଂଖ୍ୟା,ଷ୍ଟାଫ୍ ,କଲେଜର କୋଠା,ହଷ୍ଟେଲ, ଲାବୋରେଟରି,
ଆଦି ଉପରେ ପ୍ରଶ୍ନ କରିଥିଲେ।ପୁରାତନ ଛାତ୍ର ସଂସଦ ପକ୍ଷରୁ କଲେଜ୍‌ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଯଥା ବୃକ୍ଷରୋପଣ,ରକ୍ତଦାନ
ଶିବିର,ବିଭିନ୍ନ ବିଷୟ ଭିତ୍ତିକ ସେମିନାର ଆୟୋଜନ ନେଇ ନାକ
ଟିମ୍ ପଚାରି ବୁଝିବା ସହ ସନ୍ତୋଷ ବ୍ୟକ୍ତ କରିଥିଲେ।

ପ୍ରିନସିପାଲ ନିଳାଞ୍ଚଳ ପଟେଲଙ୍କ ତତ୍ତ୍ଵାବଧାନରେ କଲେଜର ବିଭିନ୍ନ ପ୍ରାଧ୍ୟାପକ ଏବଂ ପୁରାତନ ଛାତ୍ର ସଂସଦ ପକ୍ଷରୁ ଦେବାଶିଷ ପଟ୍ଟନାୟକ,ସରୋଜ ପାଣିଗ୍ରାହୀ,ଦୂର୍ଗାଶଙ୍କର ମିଶ୍ର, ନିଝାର ଅଲି ଦାମାନି,ପ୍ରଭାତ କୁମାର ସିହ୍ନା,ମହେନ୍ଦ୍ର କୁମାର ମିଶ୍ର,ପ୍ରଶାନ୍ତ କୁମାର ଦେହୁରୀ ପ୍ରମୁଖ ପ୍ରତିନିଧିତ୍ଵ କରିଥିଲେ। ଏବେ ନାକ ପ୍ରତିନିଧି ମଣ୍ଡଳ କଲେଜ୍ କାର୍ଯ୍ୟାବଳୀ ସମୀକ୍ଷା କଲା ପରେ କେଉଁ ଗ୍ରେଡ ର ପ୍ରମାଣ ପତ୍ର ଦେଉଛନ୍ତି ତାହା ତାହା ଦେଖିବାକୁ ବାକି ରହିଲା।

Share

Leave a Reply