ଅନୁଗୁଳ: ସ୍କୁଲ୍ ବ୍ୟାଗ୍ଗୁଡ଼ିକ ପିଲାଙ୍କ ଓଜନର ୧୦%ରୁ ବୁଅଧିକ ହେବ ନାହିଁ। ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ। ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ କୌଣସି ହୋମ୍ଵାର୍କ ଦିଆଯିବ ନାହିଁ। ବ୍ୟାଗ୍ଗୁଡ଼ିକ ହାଲୁକା ଏବ˚ ଆଡଜଷ୍ଟିବଲ୍ କାନ୍ଧଫିତା ସହ ବିକ୍ରି ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍କୁଲ୍ ବ୍ୟାଗ୍ ପଲିସୀ-୨୦୨୦ ଉପରେ ମତ ଦେବାକୁ ଯାଇ ଏକଥା ପ୍ରକାଶ କରିଛନ୍ତି। ଏହି ପଲିସୀ ଅନୁସାରେ ପ୍ରତି ବହିରେ ଏହାର ଦାମ୍ ଭଳି ଓଜନ କେତେ ତାହା ମୁଦ୍ରଣ କରାଯିବ। ଏଥି ସହିତ ସ୍କୁଲ୍ରେ ଉତ୍ତମ ସ୍ବାସ୍ଥ୍ୟପ୍ରଦ ମଧ୍ୟାହ୍ନ ଭୋଜନ ଏବ˚ ପିଇବା ପାଣି ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି। ଏହାଫଳରେ ପିଲାମାନେ ଆଉ ଲଞ୍ଚ ବକ୍ସ ଧରି ସ୍କୁଲ୍ ଯିବେ ନାହିଁ। ସେହିଭଳି ପ୍ରି ପ୍ରାଇମେରୀ ଶିଶୁମାନଙ୍କ ପାଇଁ ବ୍ୟାଗ୍ ସମ୍ପୂର୍ଣ୍ଣ ନିଷେଧ ରହିବ। କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବଗୁଡ଼ିକ କେବେ କାର୍ଯ୍ୟକାରୀ କରିବେ ତାକୁ ଅପେକ୍ଷା।
ଏଣିକି ବହିରେ ଉଲ୍ଲେଖ ରହିବ ଏହାର ଓଜନ
- Post published:December 11, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul