‘କଳାକାର’ର ୩୫ତମ ବୋଇତ ବନ୍ଦାଣ ଉତ୍ସବ

You are currently viewing ‘କଳାକାର’ର ୩୫ତମ ବୋଇତ ବନ୍ଦାଣ ଉତ୍ସବ

ଅନୁଗୁଳ: ଅନୁଗୁଳର ଏକ ପ୍ରମୁଖ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ୩୫ତମ ବୋଇତ ବନ୍ଦାଣ ଉତ୍ସବ ରବିବାର ପାଳିତ ହୋଇଯାଇଛି। କୋଭିଡ଼ କଟକଣା ମାନି ସ୍ଥାନୀୟ କଳାକାର ଭବନରେ ନିରାଡ଼ମ୍ବର ଭାବେ କେବଳ ବିଧିରକ୍ଷା ପୂର୍ବକ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଚଳିତ ବର୍ଷ କୌଣସି ସାଂସ୍କୃତିକ ପ୍ରତିଯୋଗିତା ଅବା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇନଥିଲା।
‘ କଳାକାର’ ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ, ସଂପାଦକ ବିଭୁତି ଭୂଷଣ ମହାପାତ୍ର ଜଗନ୍ନାଥଙ୍କ ନିକଟରେ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।କଳାକାରର ୩୫ ବର୍ଷ ପୂର୍ତ୍ତି ଅବସରରେ ୩୫ଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପରେ ସମବେତ ହୋଇ ପାରମ୍ପରିକ ସଙ୍ଗୀତ ଗାନ କରାଯାଇଥିଲା। ରାଜ୍ୟ, ଦେଶ ତଥା ବିଶ୍ୱରେ କରୋନାରେ ପ୍ରାଣ ହରାଇଥିବା କଳାକାରମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

କରୋନା ମହାମାରୀ କବଳରେ ଆଜି ସାରା ବିଶ୍ୱ କବଳିତ। ମହାମାରୀ କବଳରୁ ସମସ୍ତେ ସୁରକ୍ଷିତ ରହିବା ସହ ଆଗାମୀ ଦିନରେ ସତର୍କତା ଅବଲମ୍ବନ କରିବାକୁ ସଭାପତି ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ଦିବଙ୍ଗତ କଳାକାରଙ୍କ ପାଇଁ ଏହି ଉତ୍ସବକୁ ଉତ୍ସର୍ଗ କରାଯାଇଥିଲା। କରୋନା କଟକଣା ପାଇଁ ବୋଇତ ଭସାଣ ଉପରେ କଟକଣା ଲାଗିଛି। ଏପରି ସ୍ଥଳେ ଡଙ୍ଗା ତିଆରି କରୁଥିବା କାରିଗର ମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏହି ଅବସରରେ ଅନୁଗୁଳର ଜଣେ ଡଙ୍ଗା କାରିଗର ରଶ୍ମି ରଞ୍ଜନ ମହାରଣାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସମ୍ପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ, କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।

Share

Leave a Reply