ଅନୁଗୁଳ: ନାଟ୍ୟାନୁଷ୍ଠାନ ‘ନାଟ୍ୟମ୍’ର ବରିଷ୍ଠ ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବିଶ୍ବାଳଙ୍କ ବିୟୋଗରେ ଏକ ସ୍ମୃତିସଭା ସ୍ଥାନୀୟ ବାସନ୍ତୀ ଦୁର୍ଗା ପଡ଼ିଆ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ କଟକଣା ମଧ୍ୟରେ ଆୟୋଜିତ ଏହି ସଭାରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଦିବ˚ଗତ ଆତ୍ମାର ସଦ୍ଗତି କାମନା କରିଥିଲେ। ସ୍ବର୍ଗତ ବିଶ୍ବାଳ ନାଟ୍ୟମ୍ ସହିିତ ୧୯୯୪ରୁ ସମ୍ପୃକ୍ତ ହୋଇ ଅନେକ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ଦେଇଥିଲେ। ସେ ମିଷ୍ଟଭାଷୀ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ର୍ରିୟଭାଜନ ହୋଇପାରିଥିଲେ। ଅନୁଷ୍ଠାନର ଅଶୋକ ଦାସ, ସୁଧା˚ଶୁ ଦ୍ବିବେଦୀ, ସମୀର ପଟ୍ଟନାୟକ, ରବୀନ୍ଦ୍ରନାଥ ସାହୁ, ବଟକୃଷ୍ଣ ସାହୁ, ରାଧାକାନ୍ତ ମହାନ୍ତି, ବସନ୍ତ କୁମାର ଦାସ, ସନ୍ତୋଷ କୁମାର ସାମନ୍ତ, ନିଝାର ଅଲ୍ଲୀ, ଦୀପକ ଘୋଷ, କ୍ଷୀରୋଦ ଦେହୁରୀ, ହୃଦାନନ୍ଦ ପଣ୍ତା, ନିର˚ଜନ ମହାନ୍ତି ଓ ତପନ କୁମାର ଶତପଥୀ ପ୍ରମୁଖ ତାଙ୍କର ସ୍ମୃତି ଚାରଣ କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।
କଳାକାର ସୁବାସ ବିଶ୍ବାଳଙ୍କ ସ୍ମୃତିସଭା
- Post published:December 5, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
