ଅନୁଗୁଳ: ଏକ ଭିନ୍ନ ପରିସ୍ଥିତିରେ ଅନୁଗୁଳ ମ୍ୟୁନିସିପାଲିଟି ପକ୍ଷରୁ ଏକ ଜିମ୍ନାସିୟମ୍ ଖୋଲାଯାଇ ମାଗଣା ସେବା ଯୋଗାଇ ଦେବାକୁ ନାମଫଳକ ଲାଗିଛି। ତେବେ ଏ ଜିମ୍ ଖୋଲିବାକୁ ନେଇ ରାଜନୈତିକ ସ୍ତରରେ କୁସ୍ତି ଆରମ୍ଭ ହୋଇଯାଇଥିଲେ ମଧ୍ୟ ଏହାର ଶେଷ ଦୃଶ୍ୟ ଦେଖିବାକୁ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଜିଲ୍ଲା କଳାକେନ୍ଦ୍ର ଉପର ମହଲାରେ ଥିବା ଏହି ଜିମ୍ର କୋଠା ଜିମ୍ ପାଇଁ ସା˚ସଦ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ହେଁ ଜେନେରାଲ୍ ୟୁଥ୍ ମାସ ଆସୋସିଏସନ୍କୁ ଚଳାଇବା ଦାୟିତ୍ବ ଦିଆଯାଇଥିଲା। ଏଥିନେଇ ପୌରସଭା ରିଜୋଲ୍ୟୁସନରେ ମଧ୍ଯ ଏହାକୁ ବହୁମତରେ ଗୃହୀତ କରାଯାଇଥିଲା। ତେବେ କିଛି ଦିନ ଉତ୍ତାରେ ଜିମ୍ର ପରିଚାଳନା ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ଗୋଟିଏ ନିର୍ଦ୍ଦିଷ୍ଟ ସ˚ସ୍ଥାକୁ କିଭଳି ଜିମ୍ର ଦାୟିତ୍ବ ଦିଆଗଲା ଖୋଳତାଡ଼ ଆରମ୍ଭ ପରେ ନିକଟରେ ପୌର ପ୍ରଶାସନ ଜିମ୍କୁ ନିଜ ଅଧୀନକୁ ନେଇ ପିଲା ଆଡ୍ମିସନ୍ କରାଉଛନ୍ତି। ବର୍ତ୍ତମାନ ପାଇଁ ଜିମ୍ରେ ମାଗଣା ଟ୍ରେନି˚ ଦିଆଯିବ ବୋଲି ଦାୟିତ୍ବରେ ଥିବା ଅଧିକାରୀ କହିଛନ୍ତି। ପୌର ପ୍ରଶାସନର ଏଭଳି କାର୍ଯ୍ୟକୁ ଜେନେରାଲ୍ ୟୁଥ୍ ମାସ୍ ସ˚ସ୍ଥା ପକ୍ଷରୁ ବିରୋଧ କରାଯାଇଛି। ସେମାନେ ୨୦୧୮ ମସିହାରୁ ଏହାର ଦାୟିତ୍ବରେ ଥିବାବେଳେ ଏବେ ସେମାନଙ୍କୁ ବ˚ଚିତ କରିବା ପଛରେ ପ୍ରଚ୍ଛନ୍ନ ରାଜନୀତି ରହିଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୌରସଭା ସଦନରେ ଜିମ୍ର ପରିଚାଳନା ନେଇ କିପରି ୟୁଥ୍ ମାସ୍ ସ˚ସ୍ଥାକୁ ଦାୟିତ୍ବ ଦିଆଗଲା, ଏବେ ତାର ତଦନ୍ତ ଚାଲୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।
କଳାକେନ୍ଦ୍ର ଜିମ୍ ସେଣ୍ଟର୍ ଅକ୍ତିଆରକୁ ନେଲା ପୌରପାଳିକା
- Post published:November 3, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Municipality Angul