ରାସ୍ତାରେ ନାଚିଲେ, ଗାଇଲେ, ଝୁମିଲେ: ଅନୁଗୁଳରେ ପଥ ଉତ୍ସବ ମାଧ୍ୟମରେ ଲୋକଙ୍କୁ ସଚେତନ କଲା ପ୍ରଶାସନ

You are currently viewing ରାସ୍ତାରେ ନାଚିଲେ, ଗାଇଲେ, ଝୁମିଲେ: ଅନୁଗୁଳରେ ପଥ ଉତ୍ସବ ମାଧ୍ୟମରେ ଲୋକଙ୍କୁ ସଚେତନ କଲା ପ୍ରଶାସନ

ଅନୁଗୁଳ: ରାସ୍ତାରେ ନାଚିଲେ, ଗାଇଲେ, ଝୁମିଲେ। କିଏ ରାସ୍ତାରେ ଝୋଟି, ରଙ୍ଗୋଲି ପକାଉଥିଲା ତ ଆଉ କିଏ ଯୋଗ, କରାଟେ, ଟାଇକୋଣ୍ଡ ଆଦି ଶିଖାଉଥିଲା। ରାସ୍ତାକୁ ଏକ ପ୍ରକାରର କବଜା କରିନେଇଥିଲେ କୁନି କୁନି ପିଲାଙ୍କଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ। ଆଜି କିଛି ଏମିତି ଥିଲା ଅନୁଗୁଳରେ ଆୟୋଜିତ ପଥ ଉତ୍ସବର ଦୃଶ୍ୟ। ରାସ୍ତା ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରି ଲୋକଙ୍କୁ ସଚେତନ କରିଛି ଅନୁଗୁଳ ଜିଲ୍ଲା ପ୍ରଶାସନ।

ଏ ଅବସରରେ ଭୋଟର ସ୍ୱତନ୍ତ୍ର ସଂକ୍ଷିପ୍ତ ଯୋଜନା ମଧ୍ୟ ଶୁଭାରମ୍ଭ କରାଯାଇଛି। ନୂଆ ଭୋଟରଙ୍କୁ ତାଲିକା ଭୁକ୍ତ କରିବା ଦୋହରା ଭୋଟରଙ୍କୁ ତାଲିକାରୁ ବାଦ ଦେବା ଆଦି ନେଇ ଆଜି ଲୋକଙ୍କୁ ପ୍ରଶାସନ ତରଫରୁ ସଚେତନ କରାଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆୟୋଜନ ହୋଇଥିଲା। ଏ ଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
କାର୍ଯ୍ୟକ୍ରମରେ ଝୋଟି, ରଙ୍ଗୋଲି ଠାରୁ ଆରମ୍ଭ କରି ଯୋଗ, କରାଟେ, ଟାଇକୋଣ୍ଡ ଆଦି ଦେଖିବାକୁ ମିଳିଥିଲା।

ଏହା ବ୍ୟତୀତ ବିଭିନ୍ନ ଲୋକ କଳା ପିଲା, ଦାସକାଠିଆ ଠାରୁ ଆରମ୍ଭ କରି ଓଡିଶୀ ଓ ଅନ୍ୟାନ୍ୟ ନୃତ୍ୟ ସବୁ ପ୍ରଦର୍ଶିତ କରିଥିଲେ। ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଉପଲକ୍ଷେ ମଧ୍ୟ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା। ଭୋଟର ସ୍ୱତନ୍ତ୍ର ସଂକ୍ଷିପ୍ତ ଯୋଜନା କିଭଳି ସଫଳ ରୂପାୟନ ହୋଇପାରିବ ସେ ଦିଗରେ ମୁଖ୍ୟ ଅତିଥି ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ଅନ୍ୟ କର୍ମଚାରୀ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।

Share

Leave a Reply