ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅଂଚଳରେ ଗୁରୁବାର ଅପରାହ୍ନରେ ବର୍ଷା ସାଙ୍ଗକୁ ପବନ ମାଡ଼ରେ ଏକ ଗଛ ଭାଙ୍ଗି ଯିବାରୁ ଦୁଇ ପଞ୍ଚାୟତରେ ବିଜୁଳି ସରବରାହ ବ୍ୟାହତ ହୋଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ବିଜିଗୋଳ ପଂଚାୟତ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଗଛ ଭାଙ୍ଗି ୧୧ କେଭି. ବିଦ୍ୟୁତ୍ ତାର ଉପରେ ପଡ଼ିଯାଇଥିଲା। ଫଳରେ ଗଦାଶିଳା ଓ ବିଜିଗୋଳ ପଂଚାୟତର ଆମ୍ବପାଳ, କରଡେଇ, କାଟେଣୀ, ବାରଡ଼ାଙ୍ଗୁ ଆ, ବିଜିଗୋଳ, ଗଦାଶିଳା, ରଙ୍ଗବେଡା, ଭୀମକାଣ୍ଡ, ଲୋଧାବନ୍ଧ, ଏନଟିପିସି ଲକ୍ଷ୍ମୀବଜାର ମାର୍କେଟ୍, ଓଭରବ୍ରିଜ୍ ବସଷ୍ଟାଣ୍ଡ, କାଣ୍ଡଶର, ତେଲିସିଂହା ଏମ୍ଜିଆର୍, ଟୋଲକପଶି ବସ୍ତିକୁ ଅନ୍ଧାରରେ ରହିଥିଲା। ବିଦ୍ୟୁତ୍ ସରବରାହ ପୁନର୍ବାହାଲ କରିବାକୁ ବିଦ୍ୟୁତ୍ କର୍ମଚାରୀଙ୍କ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ କରାଯାଇଥିଲା।
ଗଛ ଭାଙ୍ଗି ବିଦ୍ୟୁତ୍ ସରବରାହ ବ୍ୟାହତ
- Post published:August 27, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
