ଅନୁଗୁଳ: ରାତିରେ ଘରେ ପଶି ମହିଳାଙ୍କୁ ବଳାକାର ଉଦ୍ୟମ ଅଭିଯୋଗରେ ପୁଲିସ ଜଣେ ଠିକାଭିଭିରେ ନିଯୁକ୍ତି ପାଇଥିବା ସବ୍ଇନ୍ସିପେକ୍ଟରଙ୍କୁ ଗିରଫ କରିଛି। ଗିରଫ ପୁଲିସ କର୍ମଚାରୀ ହେଲେ ନୀଳମଣି ମହାନ୍ତି। ତାଙ୍କ ଘର ତାଳଚେର ଥାନା କଙ୍କିଳି ଗ୍ରାମରେ ବୋଲି ଜଣାପଡ଼ିଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶ୍ରୀ ମହାନ୍ତି ସେନା ବାହିନୀରୁ ଅବସର ନେବା ପରେ ପୁଲିସ ବିଭାଗରେ ଠିକା ନିଯୁକ୍ତି ପାଇଥିଲେ। ସବୁଇନିସପେକ୍ଟର ଭାବରେ ବଅଁରପାଳ ଥାନାରେ ନିଯୁକ୍ତି ପାଇଥିବା ବେଳେ ତାଙ୍କୁ ହାଇୱେ ପାଟ୍ରୋଲିଂ ଦାୟିତ୍ବ ଦିଆଯାଇଥିଲା। ବୁଧବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ପାଟ୍ରୋଲିଂରେ ଥିବା ଶ୍ରୀ ମହାନ୍ତି ତାଳଚେର ଥାନା ଇଲାକା ଅଙ୍ଗାରୁଆ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶିଥିଲେ । କବାଟ ବାଡ଼େଇ ମହିଳାଙ୍କୁ ଉଠାଇବା ସହ ଘରେ ପଶି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ବୋଲି ମହିଳା ଜଣକ ତାଳଚେର ଥାନାରେ ଲିଖ୍ୟ ଅଭିଯୋଗ କରିଛନ୍ତି। ପୁଲିସ ଏ ସମ୍ପର୍କରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗୁରୁବାର ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାର ଏକ ଭିଡିଓ ସାରା ଅଞ୍ଚଳରେ ଘୂରି ବୁଲୁଛି।
ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ପୁଲିସ୍ ଏସ୍ଆଇ
- Post published:August 27, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
You Might Also Like
ହାବିଲଦାର, କନେଷ୍ଟବଳ ଅନୁଗୁଳ ଶାଖା ସଂଘର ନିର୍ବାଚନ: ଅଭୟ ସଭାପତି, ରଞ୍ଜନ ଉପସଭାପତି, ପୂର୍ଣ୍ଣଚନ୍ଦ୍ର ସମ୍ପାଦକ ଓ ଟୁକୁନା କୋଷାଧ୍ୟକ୍ଷ
୩ ଦଫା ଦାବି ପୂରଣ ନହେଲେ ରେଳରୋକ ସହ ଜଗନ୍ନାଥ କ୍ଷେତ୍ର କାର୍ଯ୍ୟାଳୟ ବନ୍ଦ କରିବେ ଘଣ୍ଟପଡ଼ା ପଞ୍ଚାୟତବାସୀ, ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର





